Odisha news

ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ମଜଦୁର ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

0

କେନ୍ଦ୍ରାପଡା- ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ୬ଦପାଂର ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ଏହି ମଜଦୁତ ସଂଘ ପକ୍ଷରୁ ଚଳିତ ମାସ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାର ଯାଗାଓ ସପ୍ତାହ ପାଳନ କରାଯାଉଛି ।

ଅନୁରୂପ ଭାବେ ସଂଘ ପକ୍ଷରୁ ଏହି ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ରାଜ୍ୟର ସମସ୍ତ ପଞ୍ଜିକୃତ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା, ପଞ୍ଜିକୃତ ନିମନ୍ତେ ଶ୍ରମ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ଆବେଦନକୁ କାର୍ଯକାରୀ କରିବା, କାର୍ଯ୍ୟରତ ନିର୍ମାଣ ଶ୍ରମିକ ବ୍ୟତିରେକ ଅନ୍ୟ ସମସ୍ତ ଶ୍ରମିକ ମାନଙ୍କୁ କଲ୍ୟାଣ ବୋର୍ଡ ଅଧିନରେ ପଂଜିକୃତ,

ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କରୋନା ମହାମାରୀ ନିମନ୍ତେ ଆର୍ଥିକ ସହାୟତା ଯୋଗାଇବା, ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ମଞ୍ଜୁର ହୋଇଥିବା ପକ୍କା ଗୃହ ଯୋଗାଇବା ଓ ରାଜ୍ୟରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପଞ୍ଜିକୃତ କରିବା ସହିତ ଦକ୍ଷତା ଭିତିରେ କର୍ମ ନିଯୁକ୍ତି ଦେବା ପାଇଁ ପ୍ରମୁଖ ଦାବି ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ ଙ୍କ ସମେତ ଗ୍ରାମୀଣ ମଜଦୁର ସଂଘ କେନ୍ଦ୍ରାପଡା ଜିଲ୍ଲା ସଭାନେତ୍ରୀ ଭାରତୀ ତ୍ରିପାଠୀ ଓ ପ୍ରଭାତ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply