Odisha news

ଉଠା ଜଳ ସେଚନ ମାଧ୍ୟମରେ ପାଣି ଯୋଗାଣ ଚାଷୀଙ୍କ ଦାବି

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳୀ ବ୍ଲକ ଅନ୍ତର୍ଗତ ବଡମଙ୍ଗ ଓ କଳସପୁର ଠାରେ ୨ଟି ଉଠା ଜଳ ସେଚନ ଚାଲୁ କରିବା ପାଇଁ ସେଠାକାର ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଏହି ୨ ଗାଁର ଚାଷୀ ମାନେ ଚାଷ କ୍ଷେତକୁ ପାଣି ଯିବା ପାଇଁ ପୂର୍ବରୁ ଭୂଇଁପୁର ର କନିଷ୍ଠ ଯନ୍ତ୍ରୀ ଓ ଆଳୀର ବିଭାଗୀୟ ଏଚଡିଓଙ୍କଲୁ ଅବଗତ କରାଇଥିଲେ ।

ବଡମଙ୍ଗରେ ପଏଣ୍ଟ-୧ ଏବଂ କଳସପୁର ରେ ପଏଣ୍ଟ-୨ ଉଠା ଜଳ ସେଚନ ଚାଲୁକରି କ୍ଷେତରେ ପାଣି ମଡାଇବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ୀ ମାନେ କର୍ଣ୍ଣପାତ କରୁ ନାହାଁନ୍ତି । ଏହି ଚାଷୀମାନେ କେବଳ ବର୍ଷାଜଳ ଓ କାଣୀ ନଦୀର ପାଣି ଉପରେ ନିର୍ଭର କରୁ ଥିବାରୁ ଚାଷକାମ ଏକ ରକମ ଠପ୍ ହୋଇ ଯାଇଛି । ତେବେ ଏହି ଗାଁରେ ଉଠା ଜଳ ସେଚନ କାର୍ଯ୍ୟକାରୀ କରିବା ପାଇଁ ଗୋରାଚାନ୍ଦ ରାଉତ, ଭାବଗ୍ରାହୀ ରାଉତ, ବନିତା ମଲିକ, ବିକ୍ରମ ରାଉତ ପ୍ରମୂଖ ଶତାଧିକ ଚାଷୀ ଦାବି କରିଛନ୍ତି ।

Leave A Reply