କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉ ଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହାକୁ ନିୟନ୍ତ୍ରଣ କରିବା ଚିନ୍ତାର କାରଣ ହୋଇଛି । ପ୍ରାଥମିକ ଅବସ୍ଥାରେ ବାହାର ରାଜ୍ୟ ଓ ଅନ୍ୟ ଜିଲ୍ଲାରୁ ଅସୁଥିବା ପ୍ରବାସୀଙ୍କ ଠାରେ ଲକ୍ଷଣ ପ୍ରକାଶ ପଉଥିବା ବେଳେ ସଂକ୍ରମିତ ବ୍ୟକ୍ତି ମାନଙ୍କୁ ସଂଗରୋଧ ଶିବିରରେ ରଖାଯାଇ ବର୍ତମାନ ସମୟରେ ସଂକ୍ରମିତଙ୍କ ସଂଖ୍ୟା ସଂଗରୋଧ ଶିବିର ବାହାରେ ଘଟୁ ଥିବାରୁ ସେମାନଙ୍କ ସଂର୍ପକିତଙ୍କୁ ଠାବ କରିବା ଓ ସଂକ୍ରମଣର ମୂଳକୁ ଚିହ୍ନଟ କରିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ବର୍ତମାନ ଦୈନିକ ୬୦୦ ରୁ ୭୦୦ ନମୁନା ପରୀକ୍ଷା କରା ଯାଉଥିବା ବେଳେ ଏହାକୁ ୧ ହଜାରକୁ ବଢାଇବା ପାଇଁ ନିଷ୍ପତି ନିଆଯାଇଛି । ଅଧିକ ସଂଖ୍ୟକ ପରୀକ୍ଷା କରିବା ଓ ଚିହ୍ନଟ ସଂକ୍ରମିତଙ୍କୁ ତୁରନ୍ତ ଚିକିସôା ଯୋଗାଇବା ଦ୍ୱାରା କରୋନା କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଏହି ସମୀକ୍ଷା ବୈଠକରେ ଅଲୋଚନା ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଜିଲ୍ଲାରେ ର ୧୨ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରା ଯାଇଛି । ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ପ୍ରକଳ୍ପ ନିଦେ୍ଦର୍ଶକ ଦିଲିପ କୁମାର ପରିଡା, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର କୋଭିଡ ଦାୟିତ୍ୱରେ ଥିବା ବାଃ ସଚିତାନନ୍ଦ ମିଶ୍ର ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।
