କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ଗ୍ରାମର ଗୈାରାଙ୍ଗ ଚରଣ ପଣ୍ଡାଙ୍କ ଜମି ବିକ୍ରି ବନ୍ଦ କରିବା ପାଇଁ ତାଙ୍କ ନାବାଳକ ପୁଅ ଝିଅ ମାନେ ଜିଲ୍ଲାପାଳ ଏବଂ ଗରଦପୁର ସବ୍ରେଜିଷ୍ଟର ଙ୍କ ନିକଟରେ ନିବେଦନ କରିଛନ୍ତି ।
ଗୈାରାଙ୍ଗ ପର ଲୋକଙ୍କ କଥାରେ ପଡି ପୂର୍ବରୁ କିଛି ଜମି ବିକ୍ରି କରିଥିଲେ । ଏବେ ପୁଣି ଜମି ବିକ୍ରି କରିବା ପାଇଁ ଉଦ୍ୟମ କରୁଛନ୍ତି ।
ଗୈାରାଙ୍ଗ ତାଙ୍କ ପରିବାର ଛାଡି ଭୁବନେଶ୍ୱର ରେ ରହୁଛନ୍ତି । ପିଲାମାନଙ୍କ ପାଠପଢା ସହ ଭିଭିନ୍ନ ଆବଶ୍ୟକ ଖର୍ଚ୍ଚ କରୁ ନାହାନ୍ତି । ଜମି ବିକିଲେ ଏହି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେବ ବୋଲି ଜିଲ୍ଲାପାଲଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ସାନ୍ତ୍ୱନା ଦେଇଛନ୍ତି ।
