Odisha news

ନିଅଣ୍ଟିଆ ସାର ପାଇଁ ଚାଷୀ କ୍ଷତିଗ୍ରସ୍ତ : ଅଧିକ ସାର ଯୋଗାଣ ପାଇଁ ପ୍ରଶାସନର ବୈଠକ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏହାର ଲୋକସଂଖ୍ୟାର ପ୍ରାୟ ୭୦ ଭାଗ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ଅମଳକ୍ଷମ ଚାଷପାଇଁ ସାର ଅତ୍ୟନ୍ତ ଆବଶ୍ୟକ ଥିବାବେଳେ ଚାଷୀଙ୍କ ଚାହିଦା ମୁତାବକ ସାର ଯୋଗାଣ ହେଉ ନଥିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଛି । ଚାଷୀ ମାନଙ୍କ ପକ୍ଷରୁ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରେ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ହୋଇଥିବା ଜଣା ପଡିଛି । ଜିଲ୍ଲା କୃଷି ବିଭାଗ ଚାଷୀ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଚାହିଦା ମୁତାବକ ଚାଷୀମାନଙ୍କୁ ସାର ଯୋଗାଇବା ଆବଶ୍ୟକ ଥିବା ବେଳେ ଜିଲ୍ଲା କୃଷି ବିଭାଗ ହାତବାନ୍ଧି ବସି ରହିଛି ।

ଫଳରେ ଚାଷୀମାନେ ଆବଶ୍ୟକ ପରିମାଣର ସାର ନପାଇ ବ୍ୟାପକ ଫସଲ ହାନି ଓ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ଅଶଙ୍କା ଦେକା ଦେଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାକୁ ୩ ହଜାର ମେଟ୍ରିକ୍ ଟନ୍ ସାର ଚାଷୀ ମାନଙ୍କ ପାଇଁ ଆବଶ୍ୟକ ଥିବାବେଳେ ମାତ୍ର ୨ ହଜାର ମାଟ୍ରିକ ଟନ୍ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଉ ଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା ।

ଉପସ୍ଥିତ ଥିବା ସାର ହୋଲସେଲର ଓ ରିଟେଲର ମାନେ କୃଷି ବିଭାଗ ଉପରେ ଦୋଷାରୋପ କରିଥିବା ବେଳେ କୃଷି ବିଭାଗ ଅଧିକାରୀ ମାନେ ସଠିକ୍ ଉତର ଦେଇ ପାରି ନଥିଲେ । ତେବେ ଅଧିକ ସାର ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତି ନିଆ ଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାସୁଆରଙ୍କ ସହ ହୋଲ ସେଲର, ରିଟେଲରଙ୍କ ସହ ସମସ୍ତ ବ୍ଲକ ସ୍ତରୀୟ କୃଷି ଅଧିକାରୀଙ୍କ ସହ  ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply