କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସର ଆଧୁନିକରଣ ହେଉଥିବା ବେଳେ ଆଲୋକୀକରଣ ହେବା ପାଇଁ ପୁତ୍ତ ବିଭାଗ ଓ ବିଦୁ୍ୟତ୍ ବିଭାଗ ପକ୍ଷରୁ ସରଜମିନ୍ ତଦନ୍ତ କ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସର ଆଧୁନିକରଣ ହେଉଥିବା ବେଳେ ଆଲୋକୀକରଣ ହେବା ପାଇଁ ପୁତ୍ତ ବିଭାଗ ଓ ବିଦୁ୍ୟତ୍ ବିଭାଗ ପକ୍ଷରୁ ସରଜମିନ୍ ତଦନ୍ତ କରା ଯାଇଛି । ଜିଲ୍ଲା କାର୍ଯ୍ୟାଳୟକୁ ଯିବାକୁ ଥିବା ଉଭୟ ପ୍ରବେଶ ପଥର ୨ ପାଶ୍ୱର୍ରେ ଆଲୋକୀ କରଣ କରାଯିବ । ଏଥିସହିତ ପରିସରରେ ବିଛା ଯାଉଥିବା ଫେବର୍ ବ୍ଲକ କୁ ସୁସଜ୍ଜିତ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଏହି ପରିସର ବିଭିନ୍ନ ସ୍ଥାନରେ ଏବଂ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଛୋଟ ପାର୍କରେ ମଧ୍ୟ ଆଲୋକୀ କରଣ କରାଯିବ । ଏହି ସରଜମିନ ତଦନ୍ତ ସମୟରେ ପୁତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ଯନ୍ତ୍ରୀ ବିଜୟା ନନ୍ଦ ଦାସ ଓ ପୁତ୍ତ ବିଭାଗର ବିଦୁ୍ୟତ୍ ଯନ୍ତ୍ରୀ ହିତାଂଶୁ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।