Odisha news

କେନ୍ଦ୍ରାପଡା : ଜାତୀୟ ରାଜପଥରେ ଚାଲିଛି ଖୁଲମଖୁଲା ନିଶା ଦ୍ରବ୍ୟ କାରବାର

0

କେନ୍ଦ୍ରାପଡା-୧୪/୦୬ :  ୫ନଂ-କ ଜାତୀୟ ରାଜପଥର ଚଣ୍ଡିଖୋଲ -ପାରାଦ୍ୱୀପ ରାସ୍ତାରେ ବେଧଡକ ଭାବରେ ଗଞ୍ଜେଇ ବ୍ୟବସାୟ ଚାଲିଥିବା ଜଣା ପଡିଛି । ଜିଲ୍ଲା ଅବକାରୀ ବିଭାଗ ସବୁକିଛି ଜାଣିଶୁଣି ଚୁପ ରହିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜାତୀୟ ରାଜପଥରେ ଆଇରନ ବୋଝେଇ ଟ୍ରକ ଗୁଡିକ ଦିନରାତି ୨୪ ଘଣ୍ଟା ଲମ୍ବା ଧାଡିରେ ଛିଡା ହୋଇ ରହୁଛନ୍ତି ।

ଏହି ଡ୍ରାଇଭର ମାନଙ୍କ ଭିତରୁ କେତେକ ଗଞ୍ଜଡ ଓ ମଦୁଆ ଥିବାରୁ ସେମାନଙ୍କୁ ଗଞ୍ଜେଇ ଓ ମଦ ଯୋଗାଇବା ପାଇଁ ଏବେ କିଛି ଅସାମାଜିକ ଯୁବକ ମାନେ ଅଣ୍ଟା ଭିଡିଛନ୍ତି । ଭୋର ୪ଟା ରୁ ଆରମ୍ଭ କରି ଚାହା ବ୍ୟବସାୟ ନାମରେ ଏହି ଯୁବକ ମାନେ ଚାହା କେଟିଲ ଧରି ସେମାନଙ୍କୁ ଚାହା ଦେବା ସହ ସିଗାରେଟ, ଗୁଟଖା, ଗଞ୍ଜେଇ, ମଦ ମଧ୍ୟ ଚଢା ଦର ରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଜନ ସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।

Leave A Reply

Your email address will not be published.