Odisha news

ପ୍ରଧାନମନ୍ତ୍ରୀ ଯାହା ଉପରେ ଘୋଟାଲା ର ଆରୋପ ଲଗାଇ ଥାଆନ୍ତି ତାଙ୍କୁ ହିଁ ଡେପୁଟି ଚିଫ ମିନିଷ୍ଟର କରିଦିଅନ୍ତି : ଅରବିନ୍ଦ କେଜ୍ରିୱାଲ

0

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା କୁ ଶୁକ୍ରବାର ଦିନ ସମ୍ବୋଧିତ କରିଛନ୍ତି l ସେ ଯାଞ୍ଚ ଏଜେନ୍ସି ମାନଙ୍କର ଦୁରୁପଯୋଗ ମୁଦା କୁ ଉଠାଇଥିଲେ l ସେ କହିଥିଲେ କଣ ବିଜେପି କୁ ଲାଜ ଲାଗୁଚି , ଅଜିତ ପାୱାର ଙ୍କୁ ସମ୍ବୋଧନ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଯେଉଁ ବ୍ୟକ୍ତି ଉପରେ ଘୋଟାଲା ର ଆରୋପ ଲଗାଇ ଥାଆନ୍ତି ତାକୁ ହିଁ ରାଜ୍ୟର ଡେପୁଟି ଚିଫ ମିନିଷ୍ଟାର ଆସନରେ ବସାଇ ଥାଆନ୍ତି l

ଆଗକୁ ରହିଛି ହରିୟାଣା ବିଧାନସଭା ନିର୍ବାଚନ , ଯାହାକି ଅକ୍ଟୋବର ୫ତାରିଖରେ ହେବାକୁ ଯାଉଛି l ତେଣୁ ଏହି ପରିପ୍ରେକ୍ଷୀ ରେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି l କିଛିଦିନ ପୂର୍ବରୁ ବିଜେପି ଅରବିନ୍ଦ କେଜ୍ରିୱାଲ ଙ୍କ ଉପରେ ଘୋଟାଲା ର ଆରୋପ ଲଗାଇ ଜେଲ୍ ପଠାଇଥିଲା l ଏହି ସମୟ ରେ ଦେଶର ରାଜନୀତି ଖୁବ ଗରମ ହୋଇଥିଲା l

ଅରବିନ୍ଦ କେଜ୍ରିୱାଲ ନିଜ ମନ୍ତବ୍ୟ ରେ କହିଥିଲେ ଯେ ୨୭ ଜୁନ ୨୦୨୩ ରେ ଅଜିତ ପାୱାର ହଜାର କୋଟି ଟଙ୍କାର ଘୋଟଲା କରିଛନ୍ତି, ଭାଜପା ତାଙ୍କୁ ଜେଲ ପଠାଇବି l ପାଞ୍ଚଦିନ ପରେ ଜୁଲାଇ ଦୁଇ ତାରିଖରେ ନିଜ ସରକାର ରେ ଅଜିତ ପାୱାର ଙ୍କୁ ବିଜେପି ରେ ସାମିଲ କରାଇ ଉପମୁଖ୍ୟମନ୍ତ୍ରୀ ପଦବୀ ରେ ବସାଇଥିଲେ l ଏହାପରେ କେଜ୍ରିୱାଲ କହିଥିଲେ ଯେ ୨୨ ଜୁଲାଇ ୨୦୧୫ ରେ ବିଜେପି କହିଲା ହେମନ୍ତ ବିଶ୍ୱା ଶର୍ମା ଭ୍ରଷ୍ଟାଚାରୀ କିନ୍ତୁ ଅଗଷ୍ଟ ୨୩ ୨୦୧୫ ରେ ତାଙ୍କୁ ନିଜ ଦଳରେ ସାମିଲ କରି ଦେଲା l ଏଭଳି କାର୍ଯ୍ୟ କରିବା ଦ୍ୱାରା କଣ ପ୍ରଧାନମନ୍ତ୍ରୀ ଙ୍କୁ ଖରାପ ଲାଗୁନି l

Nalco

Leave A Reply