କାଶୀନଗର- ଆନନ୍ଦ ଚନ୍ଦ୍ର ପାତ୍ର ରିପୋର୍ଟର ,୨୧/୧୧:- କାଶୀନଗର ତହସିଲ ଠାରେ ନୂତନ ତହସିଲଦାର ଭାବେ ଆଶିଷ କୁମାର ପ୍ରଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ନୂଆଗଡ ତହସିଲରେ ଅତିରିକ୍ତ ତହସିଲଦାର ଥିଲେ।କାଶୀନଗର ତହସିଲଦାର ଦାୟିତ୍ଵ ସହ ଖାଲି ପଡ଼ିଥିବା ଏନ.ଏସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ମଧ୍ୟ ନିର୍ବାହ କରିବେ।ତହସିଲ ଓ ଏନ.ଏସି.ର ବିକାଶ ଓ ଜନ ସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ
