କାଶୀନଗର ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ନିମନ୍ତେ ସମୂହ ଛୁଟି : ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ।
କାଶୀନଗର,୧୯/୧୧ : ସ୍ଥାନୀୟ ସ୍ୱାସ୍ଥ୍ୟ ଗୋଷ୍ଟି କେନ୍ଦ୍ରରେ ଶନିବାର ଦିନ ସମସ୍ତ ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମାନେ ଠିକା ନିଯୁକ୍ତି ଉଚ୍ଛେଦ ଓ ଠିକାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ସରକାରୀ ଚାକିରୀ ର ମାନ୍ୟତା କରିବା ଦାବୀ ରଖି ସମସ୍ତ କର୍ମଚାରୀ ଛୁଟି ପାଇଁ ଦରଖାସ୍ତ ଦେଇଛନ୍ତି। ଠିକା କର୍ମଚାରୀ ଭାବେ କାଶୀନଗର ବ୍ଲକରେ ଡାକ୍ତର ସମେତ ୨୬ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ଚାକିରି ନିୟମିତ କରିବା ନେଇ ସରକାରଙ୍କୁ ନିବେଦନ କରିଥିଲେ। ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ, ଗତ ୧୨ ତାରିଖରୁ ହଳଦିଆ ବ୍ୟଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ଅସହଯୋଗ କରିଥିଲେ ଏହି ଠିକା କର୍ମଚାରୀ ମାନେ। ହେଲେ ସେମାନଙ୍କ ପ୍ରତି ସରକାର କୌଣସି ପଦକ୍ଷେପ ନେଇ ନଥିବା ଯୋଗୁଁ ଶନିବାର ଦିନ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଇତି ନୋଏଲଙ୍କୁ ସମସ୍ତ ଠିକା କର୍ମଚାରୀ ମାନେ ମିଳିତ ଭାବେ ଏକ ପତ୍ରରେ ଛୁଟି ଦରଖାସ୍ତ ଦେଇଛନ୍ତି। ସମସ୍ତ ଠିକା କର୍ମଚାରୀ ମାନେ ଆଗାମୀ ୨୧ତାରିଖ ଦିନ ଭୁବନେଶ୍ଵରର ଠାରେ ଲୋୟର ପି.ଏମ.ଜି ରେ ରାଜ୍ୟ ମହାସଂଘର ଡାକରାରେ ଏକ ବିଶାଳ ରାଲି କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଡାକ୍ତର ସଚିକାନ୍ତ ମହାପାତ୍ର ଓ ଡଃ ଜୀ ବେଦ ପ୍ରକାଶ କହିଛନ୍ତି। ଏ ନେଇ କାଶୀନଗର ଅଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ ର ସମ୍ମୁଖୀନ ହେବ।
