Odisha news

ଶୌଚ କରିବାକୁ ଯାଇ ବଂଶଧାରା ନଦୀରେ ଭାସି ଛାତ୍ର ନିଖୋଜ

0

କାଶୀନଗର 12/11/2022(କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର) : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର 11 ରେ ରହୁଥିବା ବି. ଭାସ୍କର ଙ୍କ ପୁଅ ବି. ଆକାଶ ଆଜି ସକାଳ ପ୍ରାୟ 11 ଘଣ୍ଟା ସମୟରେ ବଂଶଧାରା ନଦୀରେ ଶୌଚ ପାଇଁ ଯିବା ବେଳେ ନଦୀରେ ବୁଡି ନିଖୋଜ ହୋଇଥିବା ଜଣାପଡିଛି । ଆକାଶ ପାରଳାଖେମୁଣ୍ଡିରେ ଥିବା ସିୟୁଟିମ୍ ରେ ବି-ଟେକ୍ ଇଞ୍ଜିନିୟରିଂ ପ୍ରଥମ ବର୍ଷର ଇଞ୍ଜିନିୟରିଂ ପଢୁଥିବା ଜଣାପଡିଛି. ଛାତ୍ରର ବାପା କେନ୍ଦ୍ରୀୟ ଜଳ ବିଭାଗ (ସି.ଡବ୍ଲ୍ୟୁ.ସି) କର୍ମଚାରୀ ଯାଇଥିବା ରୁ ପ୍ରଥମେ ନଦୀରେ ଖୋଜାଖୋଜି କରିଥିଲେ. ପରେ ଖବର ଜାଣି କାଶୀନଗର ଅଗ୍ନିଶମ ବିଭାଗ ଏସ.ଆଇ ସୁଶାନ୍ତ ସେଠୀ ଓ କର୍ମଚାରୀ ମାନେ ପହଞ୍ଚି ଖୋଜାଖୋଜି କରୁଛନ୍ତି. ତୁରନ୍ତ ଘଟଣା ସ୍ଥଳରେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପହଞ୍ଚି ଘଟଣାର MMR no 9/22 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି. ବର୍ତମାନ ସୁଦ୍ଧା ଉକ୍ତ ଛାତ୍ରର ପତା ମିଳିନାହିଁ l

IEC 2 years
Leave A Reply