Odisha news

ଚିକିତ୍ସାଧୀନ ଅବସ୍ଥାରେ ଆସାମୀର ମୃତ୍ଯୁ

0

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର ରିପୋର୍ଟର : ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର ରିପୋର୍ଟର  : ଗତବର୍ଷ ନଭେମ୍ବର ମାସ 25 ତାରିଖ ଦିନ କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ରାତ୍ରି ସମୟରେ ଚୋର ସନ୍ଦେହ କରି ଦୁଇ ଜଣ ଅଜଣା ବ୍ୟକ୍ତିକୁ ଧରି ମାଡ ମାରିଥିଲେ, ସେ ଦୁହିଁଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଗୋଡ ଭାଙ୍ଗି ପାରଳାଖେମୁଣ୍ଡି ସରକାରୀ ଚିକିତ୍ସାଳୟ ଠାରେ ଚିକିତ୍ସିତ ହେଉଥିଲେ।

କାଶୀନଗର ଥାନାରେ ଏ ନେଇ ଏକ କେସ୍ (148/22) ମଧ୍ୟ ହୋଇଥିଲା। ଗତ ରାତିରେ (21-1-23) ସେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପାରଳାଖେମୁଣ୍ଡି ମେଡିକାଲ ଠାରେ ମୃତ୍ଯୁ ହୋଇ ଯାଇଥିବା ସୁଚନା ମିଳିଛି। କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ମୃତ୍ଯୁ ହୋଇଯାଇଥିବା ବ୍ୟକ୍ତିଙ୍କ ବିଷୟରେ କେହି ଜାଣିଥିଲେ ସଙ୍ଗେ ସଙ୍ଗେ କାଶୀନଗର ଥାନାକୁ ଜଣାଇବାକୁ କହିଛନ୍ତି।

Nalco
Leave A Reply