ଧର୍ମ ଶାସ୍ତ୍ରରେ ସମସ୍ତ ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସକୁ ସର୍ବଶ୍ରେଷ୍ଠ ଓ ପବିତ୍ର ମାସ ଭାବରେ ଗ୍ରହଣ କରାଯାଇ ଥାଏ । କାର୍ତ୍ତିକ ପୂର୍ଣ୍ଣିମାର ମଧ୍ୟ ଖୁବ୍ ମହତ୍ତ୍ଵ ଆମ ହିନ୍ଦୁ ଧର୍ମରେ ରହିଛି । ଏହି ମାସରେ ସ୍ନାନ , ଦାନ , ବିଷ୍ଣୁ ପୂଜନ ଓ ଦୀପଦାନ ର ଖୁବ୍ ମହତ୍ତ୍ଵ ରହିଛି । ମାନ୍ୟତା ଅନୁସାରେ ଯଦି ଆମେ କାର୍ତ୍ତିକ ମାସରେ ସଠିକ୍ ନିୟମ ରେ ରହିବା ତେବେ ଜୀବନ ର ଅନେକ ଦୁଃଖକଷ୍ଟ ବିଷ୍ଣୁ ଙ୍କ କୃପାରୁ ଦୂରେଇ ଯିବ ।
