କାର୍ତିକ ପୂର୍ଣିମାକୁ କାହିଁକି ଦେବ ଦୀପାବଳୀ କୁହାଯାଏ ଏବଂ ଦେବତା ମାନେ ଏହିଦିନ କାହିଁକି ଦୀପାବଳୀ ପାଳନ କରି ଥାନ୍ତି
କାର୍ତିକ ପୂର୍ଣିମା ଦିନଟିକୁ ଦେବ ଦୀପାବଳୀ ବୋଲି କୁହାଯାଇଥାଏ l ଚଳିତ ବର୍ଷ କାର୍ତିକ ପୂର୍ଣିମା ନଭେମ୍ବର ୧୫ ତାରିଖରେ ପାଳିତ ହେବାକୁ ଯାଉଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦୀପାବଳୀ ର ୧୫ ଦିନ ପରେ ଦେବ ଦୀପାବଳୀ ପାଳିତ ହୋଇଥାଏ l ହିନ୍ଦୁ ଧର୍ମରେ କାର୍ତିକ ପୂର୍ଣିମା ବା ରାହାସ ପୁର୍ଣିମା ର ଅନେକ ମହତ୍ୱ ରହିଛି l
ଦେବ ଦୀପାବଳୀ କାହିଁକି ପାଳନ ହୋଇଥାଏ –
କାର୍ତିକ ପୂର୍ଣିମା ଦେବତା ମାନେ ଦୀପାବଳୀ ଉତ୍ସବ ପାଳନ କରି ଥାଆନ୍ତି, ଏହିଦିନ ଦେବତା ମାନେ ମହାଦେବ ଙ୍କ ଦ୍ୱାରା ତ୍ରିପୁରାସୁର ରାକ୍ଷସ କୁ ବଧ ହେବା ପରେ ସ୍ୱର୍ଗ ଲୋକରେ ଦୀପ ଜଳାଇ ଥିଲେ l ମାନ୍ୟତା ରାହୀସଚୀ ଯେ ଏହିଦିନ ଦେବତା ମାନଙ୍କର ଦୀପାବଳୀ ଉତ୍ସବ ସ୍ୱର୍ଗ ଲୋକରେ ପାଳନ ହୋଇଥାଏ l
ଦେବ ଦୀପାବଳୀ ର ମହତ୍ୱ –
ପୌରାଣିକ କଥା ଅନୁସାରେ ତ୍ରିପୁରାସୁର ନାମକ ରାକ୍ଷସ ତିନିଲୋକ କୁ ଅକ୍ତିଆର କରିଥିଲା, ଦେବତା ମାନେ ତ୍ରିପୁରାସୁର ର ଅତ୍ୟାଚାର ରେ କଷ୍ଟ ପାଇ ଭଗବାନ ଶିବ ଙ୍କ ଶରଣ ପଶିଥିଲେ ଏବଂ ତାଙ୍କୁ ପ୍ରାର୍ଥନା କରିଥିଲେ ତ୍ରିପୁରାସୁର ନିକଟରୁ ମୁକ୍ତି ପାଇଁ l ଦେବତା ମାନଙ୍କର ପ୍ରାର୍ଥନା ଶୁଣି ଭଗବାନ ଶିବ କାର୍ତିକ ପୂର୍ଣିମା ଦିନ ତ୍ରିପୁରାସୁର କୁ ଵଧ କରିଥିଲେ l ତ୍ରିପୁରାସୁର କୁ ବଧ କରିବା ପରେ ମହାଦେବ ଙ୍କ ନାମ ତ୍ରିପୁରାରୀ ହୋଇଗଲା l ରାକ୍ଷସ ତ୍ରିପୁରାସୁର ନିକଟରୁ ମୁକ୍ତି ପାଇଥିବା କାରଣରୁ ସମସ୍ତ ଦେବତା ସ୍ୱର୍ଗ ଲୋକରେ ଦୀପ ଜଳାଇ ଦୀପାବଳୀ ପାଳନ କରିଥିଲେ l ସେହିଦିନ ଠାରୁ କାର୍ତିକ ପୁର୍ଣିମା ଦିନ ଦେବତା ମାନେ ଦୀପାବଳୀ ପାଳନ କରି ଥାଆନ୍ତି l
ଦେବ ଦୀପାବଳୀ କିପରି ପାଳିତ ହୋଇଥାଏ –
ହିନ୍ଦୁ ମାନ୍ୟତା ଅନୁସାରେ କାର୍ତିକ ପୂର୍ଣିମା ଦିନ ଦେବତା ମାନେ ପୃଥିବୀ ପୃଷ୍ଠକୁ ଅବତରଣ କରି ଥାଆନ୍ତି, ଏବଂ ଏହିଦିନ ସେମାନେ ଭୁ -ଲୋକ ରେ ଦୀପାବଳୀ ଉତ୍ସବ ପାଳନ କରନ୍ତି l ତେଣୁ ଏହିଦିନ ଦୀପ ଦାନ ର ପରମ୍ପରା ରହିଛି l ବାରଣାସୀ ରେ ପ୍ରତ୍ୟେକ ବର୍ଷ ଗଙ୍ଗା ନଦୀ କୂଳରେ ଦୀପ ଦାନ କରାଯାଇ ଥାଏ, ଏବଂ ଭାରତର ସମସ୍ତ ସ୍ଥାନରେ ଏହିଦିନ ନଦୀ, ସମୁଦ୍ର ଇତ୍ୟାଦି ରେ ଡଙ୍ଗା ଯୋଗେ ଦୀପ ଦାନ କରାଯାଏ l ସେହିଭଳି ଓଡ଼ିଶାରେ ଏହିଦିନ ଡଙ୍ଗା ଭସାଣି ଉତ୍ସବ ପାଳନ ହୁଏ l