ମାହାଙ୍ଗା ୧୬ା୫ : ମାହାଙ୍ଗା ବ୍ଲକ ମୂଳବସନ୍ତ ବରିଷ୍ଠ ନାଗରିକ ମଂଚ, ଗୁଣୁପୁର, ମାହାଙ୍ଗା, କଟକ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦ ଆଜି ପ୍ରଦାନ କରାଯାଇଛି । ଏହି ଅବସରରେ ଦୈନିକ ଖବର କାଗଜର ମାହାଙ୍ଗା ପ୍ରତିନିଧି ଅଚୁ୍ୟତାନନ୍ଦ ନାୟକଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଜଣେ ଜାଗ୍ରତ ପ୍ରହରୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ବରିଷ୍ଠନାଗରିକ ମଂଚ ପକ୍ଷରୁ ମାହାଙ୍ଗା ବିଡିଓ ନିହାର ରଞ୍ଜନ ମଲିକ୍, କନକ ଟିଭିର ପ୍ରତିନିଧି ନାରାୟଣ ଓଝା, ସମ୍ବାଦ ପ୍ରତିନିଧି ଦୀପକ ସାହୁ, ଧରିତ୍ରୀର ପ୍ରତିନିଧି ତାପସ ରଞ୍ଜନ ବିଶ୍ୱାଳ, ଓଡିଶା ଭାସ୍କରର ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ସମାଜସେବୀ ଉମୋ ଚନ୍ଦ୍ର ସାହୁ, ରଜନୀକାନ୍ତ ପରିଡା, ମୂଳବସନ୍ତ ପଂଚାୟତର ସରପଂଚ ଲିଜା ସାହୁ, ଓ ଅଜୟ ରାଉତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୂଳବସନ୍ତ ପଂଚାୟତର ସମାଜସେବୀ ସଚ୍ଚୀନ୍ଦ୍ର ସାହୁ, ଉମେଶ ଚନ୍ଦ୍ର ସାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ପଂଚାୟତର ବିଜେଡି ସଭାପତି ବଟକୃଷ୍ଣ ଦାସ, କପିଳେନ୍ଦ୍ର ରଣା, ରାଧାନାଥ କର, ଅଶୋକ କୁମାର ସାହୁ, କଳ୍ପତରୁ ରାଉତ, ବୀରକିଶୋର ଜେନା ପ୍ରମୁଖ ସହଯୋଗ କରିଥିଲେ । ମୁଳୁବସନ୍ତ ପଂଚାୟତର ପୂର୍ବତନ ସରପଂଚ ଭ୍ରମରବର ରାଉତରାୟ ଅତିଥିରୂପେ ଯୋଗଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅଶୋକ କୁମାର ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।