ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତପଣ୍ଡାଙ୍କ ଇରାନରେ ଫସିଥିବା ଓଡ଼ିଆ ଯୁବକ ସୟଦ ମୁଫିଜୁର ରହମାନଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି !
ଏଠାରେ ସୂଚାନଯୋଗ୍ୟ ଯେ କଟକ ସହର ,ବସଇ ବଜ଼ାର ଅଂଚଳର ସୟଦ ମୁଫିଜୁର ରହମାନ ଇରନର ଏକ ଘରୋଇ ନୌପରିବହନ କମ୍ପାନୀରେ କାର୍ଯ୍ୟରେ ଯୋଗଦେବା ପାଇଁ ଗତ ୨୮ ସେପ୍ଟେମ୍ବର ୨୦୧୯ ମୁମ୍ବାଇରୁ ଇରାନ ଯାଇଥିଲେ ମୁଫିଜୁର ବର୍ତମାନ ସେଠାରେ ଏକ ଜାହଜ଼ରେ କାର୍ଯ୍ୟରତ ଥିବାବେଳେ ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି କିମ୍ବା ତାଙ୍କର ଭଲମନ୍ଦ ଜାଣିପାରୁନାହାନ୍ତି | କରନା ପ୍ରଭାବିତ ଇରାନରେ ମୁଫିଜୁର ଫସିଟିବ ବେଳେ ପରିବାର ଲୋକ ତାଙ୍କ ସୁସ୍ଥ୍ୟକୁ ନେଇ ଚିନ୍ତାରେ ଅଛନ୍ତି |
ଅନୁରୋଧ କ୍ରମେ ଶ୍ରୀପଣ୍ଡା ଇରାନରେ ଭାରତୀୟ ରାଷ୍ଟ୍ର ଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ମୁଫିଜୂରଙ୍କୁ ଭାରତ ଫେରାଇ ଆଣିବା ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି |
Next Post