ଆଗରପଡ଼ା, (ସବୁ୍ୟ): ଆଗରପଡ଼ା ମୁଖ୍ୟ ବଜାର କଲେଛକ ଠାରେ ଆଜି ମା’ ସିଦ୍ଧଦୁର୍ଗା ·ରିଟେବଲ ଟ୍ରଷ୍ଟ ଆନୁକୁଲ୍ୟରେ ଆଗରପଡ଼ା ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ କରୋନା ସଚେତନତା ପ୍ର·ରପତ୍ର ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଅବସରପ୍ରାପ୍ତ ଏଏନଏମ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ ଓ ହେମନ୍ତ ସିଂହଙ୍କ ତତ୍ୱବଧାନରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କୁ ହାତ ଧୁଆ ଦ୍ରବଣରେ ହାତ ସଫା କରାଇ ସଚେତନ କରାଇଥିଲେ ।
ପରେ ଟ୍ରଷ୍ଟର ଅଧ୍ୟକ୍ଷ ଭରତ ଚନ୍ଦ୍ର ବାରିକଙ୍କ ତତ୍ୱାବଧାନରେ ଯୁବନେତା ଗୋପାଳକୃଷ୍ଣ ଦାଶ, ମନ୍ମଥ କୁମାର ଦାସ, ହରିହର ନାୟକ, ତପନ ଦାସ, ସୁବାଷ ବେହେରା, ବରିଷ୍ଠ ନାଗରିକ କୈଳାସ ଚନ୍ଦ୍ର ଧଳ, ଫକିର ଚରଣ ବାରିକ, ସୁବାଶ ଦାଶ, ରାଧାଶ୍ୟାମ ରାଉତ, ନୃସିଂହ ମିଶ୍ର, ମାଧବାନନ୍ଦ ଦାସଙ୍କ ସମେତ ସିଦ୍ଧଦୁର୍ଗା ଟ୍ରଷ୍ଟର ଯିତେନ୍ଦ୍ର ବେହେରା, ସୁଶାନ୍ତ ବେହେରା, ରଞ୍ଜିତ ଜେନା, ପଦ୍ମଲୋଚନ ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କୁ ପଥପ୍ରାନ୍ତ ସଭାରେ କରୋନା ଭୂତାଣୁର ଭୟାବହତା ଉପରେ ସଚେତନ କରାଇବା ସହିତ ମାସ୍କ ବଣ୍ଟନ କରିଥିଲେ ।
ଏଥି ସହ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଆଖପାଖ ଗ୍ରାମମାନଙ୍କରେ ପ୍ର·ରପତ୍ର ବଣ୍ଟନ ଦ୍ୱାରା ସଚେତନତା ସୃଷ୍ଟି କରାଯାଇଥିଲା । ଉକ୍ତ ରୋଗର କୌଣସି ପ୍ରତିଷେଧକ ବ୍ୟବସ୍ଥା ନଥିବାରୁ ନିଜେ ନିଜକୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ଅକ୍ଷୟ ସିଂହ, ଯୀତେନ୍ଦ୍ର ଶତପଥୀ, ପ୍ରଦୁ୍ୟମ୍ନ ପୁହାଣ, ବିଶ୍ୱନାଥ ସିଂହ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।