ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମିତ ଇଟାଲିରେ ଅଟକି ରହିଥିବା ୨୧୧ଜଣ ବିଦ୍ୟାର୍ଥୀଙ୍କ ସମେତ ସମୁଦାୟ ୨୧୮ଜଣ ଭାରତୀୟ ସ୍ୱଦେଶରେ ପହଞ୍ଚିଥିବା କଥା ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି।
ସେମାନଙ୍କୁ ୧୪ ଦିନ ସକାଶେ କ୍ୱାରେନ୍ଟିନ୍ରେ ରଖାଯିବ ବୋଲି ସେ କହିଛନ୍ତି।
218 Indians including 211 students from Milan landed in Delhi. All will be quarantined for 14 days. GoI is committed to reach out to Indians in distress, wherever they are!
Appreciate Govt. of Italy for their support and team @IndiainItaly @cgmilan1 @airindiain .@DrSJaishankar
ସେ ଆହୁରି ଲେଖିଛନ୍ତି ଯେ ସହାୟତା କରିଥିବାରୁ ଇଟାଲି ସରକାର ଏବଂ ଟିମ୍ ଇଣ୍ଡିଆ ଇନ୍ ଇଟାଲି, ସିଜି ମିଲାନ୍, ଏୟାର୍ଇଣ୍ଡିଆ ଏବଂ ଡକ୍ଟର୍ ଜୟଶଙ୍କର ପ୍ରଶଂସାଯୋଗ୍ୟ ଅଟନ୍ତି।