ବ୍ରିଟେନ୍ : ବ୍ରିଟେନ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ନଦୀନ ଡରିସ୍ କୋଭିଡ୍-୧୯ ପୀଡ଼ିତ ଥିବା ଜଣାପଡ଼ିଛି । ନଦୀନ ନିଜେ ଏକଥା ସମସ୍ତଙ୍କୁ ଜଣାଇଛନ୍ତି । ଏ ବାବଦରେ ଜାଣିବା ପରେ ଅଲଗା ଏକ ଘରେ ରହୁଛନ୍ତି । ସେ କହିଛନ୍ତି ତାଙ୍କ ଦପ୍ତର କିଛି ଦିନ ବନ୍ଦ ରହିବ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ଡରିସ୍ କେଉଁଠି ଓ କେମିତି କରୋନା ଭାଇରସ୍ ସଂସ୍ପର୍ଶରେ ଆସିଲେ । ନିକଟରେ ସେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ସମେତ ଶହଶହ ଲୋକଙ୍କୁ ଭେଟି ଥିଲେ । ଯେଉଁଦିନ କରୋନା ଭାଇରସ୍କୁ ନୋଟିଫାଇବଲ୍ ରୋଗ ତାଲିକାରେ ସାମିଲ କରାଗଲା ସେଦିନ ନଦୀନ୍ ଭାଇରସ୍ରେ ପୀଡ଼ିତ ହେଲେ । ସେ ସେହି ତାଲିକାରେ ସାଇନ୍ କରିଥିଲେ । ବିଶ୍ୱ ମହିଳା ଦିବସରେ ସେ େୱଷ୍ଟ୍ମିନଷ୍ଟର୍ ଓ ଡାଉନିଂ ଷ୍ଟ୍ରିଟ୍ରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ତାଙ୍କ ଭାବି ପନିୀ କ୍ୟାରି ସିମଣ୍ଡ ତଥା ଅନ୍ୟ ଅତିଥିମାନଙ୍କ ଗହଣରେ ଥିଲେ । ତେଣୁ ଭାଇରସ୍ ସେଠାରେ ବ୍ୟାପିଥାଇପାରେ ବୋଲି ଆଶଙ୍କା କରାଯାଉଛି । ନର୍ସରୁ କ୍ୟାରିଅର୍ ଆରମ୍ଭ କରିଥିବା ନଦୀନ୍ ଜଣେ ବେଷ୍ଟ୍ସେଲିଂ ଫିକସନ୍ ଲେଖିକା । ନଦୀନ କରୋନାରେ ପୀଡ଼ିତ ହେବାରୁ ସଂସଦ ସ୍ଥଗିତ ହୋଇପାରେ ବୋଲି କୁହାଯାଉଛି ।