Odisha news

ଆୟୁର୍ବେଦ ଡାକ୍ତରଙ୍କ ଉପରେ କରୋନାର ଚିକିତ୍ସାକୁ ନେଇ ୧୦ ହଜାର ଟଙ୍କା ଜୋରିମାନା

0

ନୂଆଦିଲ୍ଲୀ :ଆୟୁର୍ବେଦରେ ଜଣେ ଡାକ୍ତର ଦାବି କରିଥିଲେ ଯେ କରୋନା ଠିକ କରିଦେବେ ,ତାଙ୍କ ଉପରେ ସୁପ୍ରିମ କୋର୍ଟ ୧୦,୦୦୦ ଟଙ୍କାର ଜୋରିମାନା ଲଗାଇଛନ୍ତି l ହରିୟାନାର ଓମ ପ୍ରକାଶ ବୈଦ ସୁପ୍ରିମ କୋର୍ଟରେ ଜନହିତ ଯାଚିକା ଦାୟର କରି ସୁପ୍ରିମ କୋର୍ଟରୁ ଆଗ୍ରହ କରିଥିଲେ କି ତାଙ୍କୁ କରୋନାର ଚିକିତ୍ସା ପାଇଁ ଔଷଧ ଖୋଜି ସାରିଛନ୍ତି l ବୈଦ କହିଥିଲେ ଯେ ତାଙ୍କର ଔଷଧକୁ ସମସ୍ତ ଡାକ୍ତର ମାନେ ଡାକ୍ତର ଖାନାରେ ବ୍ୟବହାର କରନ୍ତୁ l ସେ ଆହୁରି ମଧ୍ୟ କହିଥିଲେ ଭାରତ ସରକାରଙ୍କ ସଚିବ,ସ୍ୱାସ୍ଥ୍ୟ ବିଭାଗକୁ କୋଭିଡି-19ର ଚିକିତ୍ସା ପାଇଁ ତାଙ୍କର ଔଷଧକୁ ବ୍ୟବହାର କରିବା ପାଇଁ ଆଦେଶ ଦିଅନ୍ତୁ l

ଏହାକୁ ନେଇ ସୁପ୍ରିମ କୋର୍ଟ କହିଛନ୍ତି ଯେ “କୋର୍ଟ କହିଛନ୍ତି ଯେ ଓମ ପ୍ରକାଶ ବୈଦଙ୍କର ଔଷଧକୁ ନେଇ ଯେଉଁ ଜନହିତ ଯାଚିକା ରଖା ଯାଇଥିଲା ତାହା ସମ୍ପୂର୍ଣ ଭୁଲ ଅଟେ l ଜନସାଧାରଣ ଏହା ଜାଣିରଖିବା ଉଚିତ ଯେ ଏହି ପ୍ରକାରର ଭୁଲ ତଥ୍ୟକୁ ନେଇ ସୁପ୍ରିମ କୋର୍ଟରେ କୌଣସି ଜନହିତ ଯାଚିକା ଦାୟର କରିବା ଉଚିତ ନୁହେଁ l “ଏହା ପୂର୍ବରୁ ଗୁରୁବାର ଦିନ ସୁପ୍ରିମ କୋର୍ଟର ଚିଫ ଜଷ୍ଟିସଙ୍କ ଅଧକ୍ଷତରେ ଡାକ୍ତରଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବା ପାଇଁ କୁହ ଯାଇଥିଲା ,ଯିଏ କରୋନାର ଚିକିତ୍ସା ପାଇଁ ହୋମିଓପାଥି ଔଷଧ ବ୍ୟବହାର କରିବା ପାଇଁ ଦାବି ରଖିଥିଲେ l କରୋନାର ଚିକିତ୍ସା ପାଇଁ ଦୁଇଜଣ ହୋମିଓପାଥି ଡାକ୍ତର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ l

ଯାଚିକାରେ ଦାବି ହୋଇଥିଲା ଯେ କେନ୍ଦ୍ର ସରକାରଙ୍କୁ ଆଦେଶ ଦିଆଯାଉ ଯେ କରୋନାର ଚିକିତ୍ସା ପାଇଁ ହୋମିଓପାଥି ଔଷଧ ବ୍ୟବହାର କରାଯାଉ l ସୁପ୍ରିମ କୋର୍ଟ ଏହି ଯାଚିକାକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ପଠାଇଥିଲେ l

Leave A Reply