ନୂଆଦିଲ୍ଲୀ :କର୍ଣ୍ଣାଟକର ମାହାଲୀଙ୍ଗପୁରରେ ଫେବୃଆରୀ ୨୭ତାରିଖ ଦିନ ଜଣେ ୨୭ ବର୍ଷୀୟ ଯୁବକ ଶଙ୍କର ଗୋଵି ଗୋଟିଏ ଦୁର୍ଘଟଣାରେ ଶିକାର ହୋଇଥିଲା l ତାଙ୍କୁ ଶୀଘ୍ର ଗୋଟିଏ ଘରୋଇ ଡାକ୍ତରଖାନାରେ ଭର୍ତି କରାଗଲା l ସେଠାରେ ୨ଦିନ ଧରି ଭର୍ତି ହେବାପରେ ତାଙ୍କୁ ସେଠାରେ ଡାକ୍ତର କହିଥିଲେ ଯେ ସଙ୍କରଙ୍କର ବ୍ରେନ ଦେଡ ହୋଇଯାଇଛି l ଏହାପରେ ଶଙ୍କରଙ୍କ ପରିବାରକୁ ଡାକ୍ତର କହିଥିଲେ ଯେ ତାଙ୍କ ମୃତ ଶରୀର ନେଇଯିବା ପାଇଁ l
ସେଠାରୁ ଉକ୍ତ ମର ଶରୀରକୁ ବଗଲକୋଟ ସ୍ଥିତ ମାହାଳିଙ୍ଗାପୁର ପୁତ୍ର ସରକାରୀ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା l ଏହି ସମୟରେ ସଂକରର ପରିଜନ ତାର ଶବଦାହ ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ l ଏହାପରେ ସରକାରୀ ଡାକ୍ତରଖାନା ରେ ତାଙ୍କର ଶବ ବ୍ୟବଛେଦ ପାଇଁ ଡାକ୍ତର ଏସ ଏସ ଗଲଗାନିଙ୍କୁ ଡକା ଯାଇଥିଲା l ସେତେବେଳେ ସେ ବାଟସାରା ଦେଖିଥିଲେ ଶଙ୍କରଙ୍କର ବଡ଼ ବଡ଼ ପୋଷ୍ଟର l ଯେତେବେଳେ ଡାକ୍ତରଖାନାରେ ଡାକ୍ତର ଗଲଗାନି ପହଂଚିଥିଲେ ଶଙ୍କରଙ୍କୁ ଭେଣ୍ଟିଲେଟର ରେ ରଖା ଯାଇଥିଲା l
ଗଲଗାନି କହିଥିଲେ ଯେ ” ସରକାରୀ ଡାକ୍ତରଖାନା ବାହାରେ ହଜାର ହଜାର ଲୋକ ଜମା ହୋଇଥିଲେ l ଯେତେବେଳେ ମୁଁ ଶଙ୍କରଙ୍କୁ ପୋଷ୍ଟମର୍ଟମ କରିବା ପୂର୍ବରୁ ଯାଞ୍ଚ କରିବାକୁ ଆରମ୍ଭ କରିଥିଲି ,ସେତେବେଳେ ମତେ ଲାଗିଲା ତାର ରୁମ ମୂଳ ଟାଙ୍କୁରୀ ଉଠିଲା ଭଳି ଲାଗିଥିଲା l ମତେ ତା ହାତରେ ହାଲ୍କା ହଲଚଲର ଅନୁଭବ କରିଥିଲି l ମୁଁ ତାପରେ ତାର ପଲସ ରେଟ ଚେକ କରିଥିଲି l ଏହାପରେ ଶଙ୍କରଙ୍କ ହାତ ଜୋରେ ହଲିବାକୁ ଲାଗିବାରୁ ମୁଁ ତାର ପରିଜନଙ୍କୁ ଡ଼ାକିଥିଲି ଓ ସେମାନଙ୍କୁ ଅନ୍ୟ ଗୋଟିଏ ଡାକ୍ତରଖାନାକୁ ନେଇଯିବା ପାଇଁ ,ସେଠାରେ ଚିକିତ୍ସା ଚାଲିବା ପରେ ବର୍ତମାନ ସେ ଜୀବିତ ଅଛନ୍ତି l