Odisha news

ମହାଭାରତର ରୋଚକ କଥା : ଧରଣୀ ମା କାହିଁକି କର୍ଣ୍ଣଙ୍କୁ ଦେଇଥିଲେ ଅଭିଶାପ

0

ମହାଭାରତ ର ବୀର ଯୋଦ୍ଧା ଙ୍କ କଥା ଯେତେବେଳେ ଆଲୋଚନା ହୋଇଥାଏ, ସେତେବେଳେ ମହାବୀର ଯୋଦ୍ଧା କର୍ଣ୍ଣଙ୍କ କଥା ନିଶ୍ଚିତ ଆଲୋଚନା ହୋଇଥାଏ l କର୍ଣ୍ଣ କେବଳ ନିଜ ବୀରତ୍ୱ ପାଇଁ ନୁହେଁ ବରଂ ନିଜର ଦାନ ସ୍ଵଭାଵ ଯୋଗୁଁ ମଧ୍ୟ ପ୍ରଶଂସନୀୟ ଅଟନ୍ତି l କର୍ଣ୍ଣ ସମସ୍ତ ଯୁଦ୍ଧ କୌଶଳ ରେ ପରିପୂର୍ଣ ଥିଲେ ଏବଂ ଦୁର୍ଯ୍ୟୋଧନ ର ପରମ ମିତ୍ର ହେବା ସହିତ ମହାଭାରତ ଯୁଦ୍ଧରେ କୌରଵ ସେନା ପକ୍ଷରୁ ଯୁଦ୍ଧ କରିଥିଲେ l

କିନ୍ତୁ କର୍ଣ୍ଣ ଙ୍କୁ କାହିଁକି ଧରଣୀ ମା ଅଭିଶାପ ଦେଇଥିଲେ ଆସନ୍ତୁ ଜାଣିବା l

ଏକଦା କର୍ଣ୍ଣ କେଉଁଆଡେ ଯାଉଥିଲେ ଏବଂ ରାସ୍ତାରେ ତାଙ୍କୁ ଗୋଟିଏ କୁନି ଝିଅ ମିଳିଥିଲା, ଯିଏକି ଖୁବ କାନ୍ଦୁଥିଲା l କର୍ଣ୍ଣ ତାକୁ ପଚାରି ଥିଲେ କାହିଁକି କାନ୍ଦୁଛ ? ଏବଂ ସେ କହିଥିଲା ମୋର ଘିଅ ମାଠିଆ  ଟି ପଡିଗଲା , ଏବଂ ମାଠିଆ ଭାଙ୍ଗି ଘିଅ ପଡିଗଲା l ବର୍ତମାନ ମୋର ମା ମୋତେ ରାଗିବ l ଏହାପରେ କର୍ଣ୍ଣ ତାକୁ ଆଉ ଗୋଟିଏ ମାଠିଆ  ଦେବେ ବୋଲି ଆଶ୍ୱାସନା ଦେଇଥିଲେ l କିନ୍ତୁ ସେ ନେବାକୁ ମନାକରି ଦେଇଥିଲା l ଏବଂ କର୍ଣ୍ଣ ଏହାପରେ ଘିଅରେ ଜୁଡୁବୁଡୁ ମାଟି କୁ ନିଜ ହାତରେ ଉଠାଇଲେ ଏବଂ ତାକୁ ଚିପୁଡ଼ିବାକୁ ଲାଗିଥିଲେ l

ଯେତେବେଳେ କର୍ଣ ଏଭଳି କରୁଥିଲେ ସେତେବେଳେ ଜଣେ ନାରୀର ଯନ୍ତ୍ରଣା ଦାୟକ ସ୍ୱର ଶୁଭୁଥିଲା l ଏବଂ ଯେତେବେଳେ ସେ ନିଜ ହାତ ପାପୁଲି ଖୋଲିଲେ ସେତେବେଳେ ଧରଣୀ ମା ଙ୍କୁ ଦେଖିଲେ ଯନ୍ତ୍ରଣା ରେ କ୍ରୋଧିତ ହୋଇ ମା ବସୁଧା କର୍ଣ୍ଣ ଙ୍କ ର ସମାଲୋଚନା କରିବାକୁ ଲାଗିଲେ ଏବଂ କହିଲେ ଯେ ଗୋଟିଏ କୁନି ଝିଅ ପାଇଁ ତୁ ମୋତେ ଏତେ ଯନ୍ତ୍ରଣା ଦେଲୁ l ତୋତେ ଏହାର ଦଣ୍ଡ ସୁନିଶ୍ଚିତ ମିଳିବ l

ଏହାପରେ ସେ କର୍ଣ୍ଣଙ୍କୁ କହିଥିଲେ ଯେ ଗୋଟିଏ ନିର୍ଣ୍ଣାୟକ ଯୁଦ୍ଧରେ ମୁଁ ମଧ୍ୟ ତୋର ରଥର ଚକକୁ   ଚାପି ଧରିବି l ଏହି ଆଧାରରେ କୁରୁକ୍ଷେତ୍ର ଯୁଦ୍ଧରେ କର୍ଣ୍ଣଙ୍କ ରଥ ଚକ ମାଟିରେ ପଶି ଯାଇଥିଲା l ଏବଂ ସେହି ସମୟ ରେ ଅର୍ଜୁନ ଙ୍କ ସହିତ କର୍ଣ୍ଣଙ୍କ ଯୁଦ୍ଧ ଚାଲିଥିଲା l ଏବଂ କର୍ଣ୍ଣ ଅର୍ଜୁନ ଙ୍କୁ ଯୁଦ୍ଧ ଅଟକାଇବା ପାଇଁ ନିବେଦନ କରିଥିଲେ l

Leave A Reply