କର୍ଲାମୁଣ୍ଡା:୦୩/୯(ସକାଳ ଖବର) କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମ ଗୁଡ଼ିକରେ ଅଭାବି ବର୍ଷା ଯୋଗୁଁ ଖରିଫ ଧାନଚାଷ ସମ୍ପୂର୍ଣ୍ଣ ମରୁଡ଼ି ହୋଇ ଯାଇଛି । ଆବଶ୍ୟକ ପରିମାଣରେ ବର୍ଷା ନହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଲେଣି । ଅଣ ଜଳସେଚିତ ଜମି ଗୁଡ଼ିକରେ ଟୋପାଏ ପାଣି ନଥିବାରୁ ଜମି ଫାଟି ଆଁ କଲାଣି । ବର୍ଷା ଅଭାବରୁ ଅନେକାଂଶ ଜମିରେ ପଲ୍ଲା ରୁଆ କାର୍ଯ୍ୟ ଆରମ୍ଭ ହୋଇନାହିଁ ।
ଚଳିତ ବର୍ଷ କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ବର୍ଷା ଅଭାବ ଦେଖା ଦେଇଛି ।ବର୍ତ୍ତମାନ ଚାଷ କାର୍ଯ୍ୟ ସ୍ଥିତି ଅଣାୟତ ହୋଇଥିବାରୁ ସରକାର କ୍ଷତି ଗ୍ରସ୍ଥ ଅଞ୍ଚଳକୁ ପରିଦର୍ଶନକରି ମରୁଡ଼ି ଘୋଷଣା କରିବାକୁ ଗଜବାହାଲ ପଞ୍ଚାୟତ ଅଧିନସ୍ଥ , ଭୀମସେନ ସାହୁ, ( ପୂର୍ବତନ ସରପଞ୍ଚ ) , ଶ୍ରୀନିବାସ ମିଶ୍ର ( ପୂର୍ବତନ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ) ନବନିର୍ମାଣ କୃଷକ ସଂଗଠନ ସଦସ୍ୟ ସୁଶାନ୍ତ ମଲ୍ଲିକ ବିମଲ ସାହୁ ( ନାୟବ ସରପଞ୍ଚ ) ଏବଂ ଭାଲୁପିଆ ଗ୍ରାମର ଶାନ୍ତି କମିଟି ତତ୍ୱବଧାନରେ ଗଜବାହାଲ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ଥାନୀୟ କର୍ଲାମୁଣ୍ଡା ତହସିଲଦାର ଶ୍ରୀମତୀ ବାସନ୍ତୀ ସେଠୀଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଅଛି ।
Comments are closed.