Odisha news

କରଞ୍ଜିଆ ବନଖଣ୍ଡରେ ହାତୀକୁ ନିଆଁ ମାଡ ଘଟଣାରେ ଅଟକ ଥିବା ଦୁଇ ଜଣ କର୍ମଚାରୀ କାର୍ଯ୍ୟରୁ ନିଲମ୍ବିତ

0

ପାଂଚପୀଢ ୩୦/୭କରଞ୍ଜିଆ ବନଖଣ୍ଡରେ ହାତୀକୁ ନିଆଁ ହୁଳା ମାଡ଼ ଘଟଣାରେ ସଂପୃକ୍ତ ଥିବା ଦୁଇ ସବୁଜ ବାହିନୀ କର୍ମଚାରୀ ଦୀପକ ମୁଣ୍ଡା ଓ ବାପି ମାଝୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ। ତେବେ ନିଆଁ ହୁଳା ଫିଙ୍ଗା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଭିଡିଓରେ ସ୍ପଷ୍ଟଦେଖା ଯାଉଛି କିଛି ଯୁବକ ହାତୀ ଉପରେ ନିଆଁ ଲାଗିଥିବା ମଶାଲ ମାଡ କରୁଛନ୍ତି ଆଉ ହାତୀଟି ପ୍ରାଣ ବିକଳରେ ଦୌଡୁଛି । ୨୩ ଟିକିଆ ହାତୀପଲ ସେତେବେଳେ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥିବାରୁ ଭିଡିଓ ଟିକୁ ବନବିଭାଗ ଗୁରୁତ୍ଵ ସହକାରେ ନେଇ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଦୁଧିଆଣି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଘଟଣାର ତଦନ୍ତ କରିଥିଲେ। ଏହି ଘଟଣାରେ ହାତୀ ଘଉଡ଼ାଇବାକୁ ନିୟୋଜିତ ସବୁଜ ବାହିନୀ କର୍ମଚାରୀ ମାନେ ସାମିଲ ରହିଥିବା ଚର୍ଚ୍ଚା ହେବା ସହିତ ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ଘଟଣାର ସଠିକ୍ ସ୍ଥାନ ଓ ଘଟଣା କେବେ ଘଟିଥିଲା ବନବିଭାଗ ପ୍ରାଥମିକ ତଦନ୍ତ କରିଥିଲା । ଭିଡିଓ କୁ ଆଧାର କରି ତଦନ୍ତ ସମୟରେ ଏହା ଚଳିତ ମାସ ୧୫ ତାରିଖ ଦୁଧିଆଣୀ ବନାଞ୍ଚଳ ଡୁମୁରିଆ ନିକଟସ୍ଥ ବିଜିଲାପୋଷି ଗ୍ରାମର ଜଣା ପଡିବା ସହିତ ଏହି ଘଟଣାରେ ୨ ଜଣ ବନ କର୍ମଚାରୀଙ୍କୁ  ଅଟକ ରଖାଯାଇଥିଲା । ଅଟକ ଥିବା ୨ ଜଣ ସ୍କ୍ୱାଡ୍ ପିଲା ଆଉଟ ସୋର୍ସି° କମ୍ପାନୀ ସାରଳା ସିକ୍ୟୁରିଟୀ ସର୍ଭିସର ଦୀପକ ମୁଣ୍ଡା ଓ ବାପି ମାଝୀ ନିଜ ଜୀବନ ରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ। ଏହି ଘଟଣାକୁ ବନ୍ୟପ୍ରାଣୀ ପ୍ରେମୀ ଓ ପରିବେଶବିତ ମାନେ ନିନ୍ଦା କରିଥିଲେ । ତେବେ ଏଠାରେ ସୂଚନା ଥାଉକି କରଞ୍ଜିଆ ବନଖଣ୍ଡରେ ୨୭ ଦିନ ମଧ୍ୟରେ ହାତୀପଲ ୪୦ ରୁ ଉର୍ଦ୍ଧ ଘର ଭାଙ୍ଗିଥିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ରାତ୍ରୀ ସମୟରେ ବିନା ମଶାଲରେ ହାତୀ ନିକଟକୁ ଯିବା ସମ୍ଭବ ହେଉନଥିବାରୁ ବନ କର୍ମଚାରୀ,ସଵୁଜ ବାହିନୀ ସଦସ୍ୟ ଓ ଗ୍ରାମବାସୀ ମଶାଲ ବ୍ୟବହାର କରିଥାଆନ୍ତି । ଭିଡିଓ ରେ ଗ୍ରାମବାସୀ ଓ ବନବିଭାଗ ର କିଛି ସ୍କ୍ୱାଡ୍ ପିଲା ମାନେ ଫସଲ ବଞ୍ଚାଇବା ପାଇଁ ହାତୀ ଘଉଡ଼ାଇବା ସମୟରେ ଗୋଠ ଛାଡ଼ି ଏକ ଦନ୍ତା ଲୋକଙ୍କୁ ଆକ୍ରମଣ କରିବାକୁ ଯିବା ସମୟରେ ଏହି ମଶାଲ ମାଡ ହେଇଥିବା ଦେଖିବାକୁ ମିଳିଛି । ତେବେ ଘଟଣାକୁ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଗୁରୁତର ସହକାରେ ନେଇଥିବା ଦେଖିବାକୁ ମିଳିଛି । ଏହି ଘଟଣାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦୋଷୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଘଟଣାରେ ସମ୍ପୃକ୍ତ ସଵୁଜ ବାହିନୀ ସଦସ୍ୟଙ୍କ ଉପରେ ଦୋଷର ଶିକା ଛିଣ୍ଡାଇ ବନ ବିଭାଗ ଯଦି ଖସି ଯିବାକୁ ଚେଷ୍ଟା କରୁଛି ତେବେ ନିଶ୍ଚିତ ପକ୍ଷେ ଭୁଲ କରୁଛି।କାରଣ ହାତୀ ଘଉଡ଼ାଇବା ସ୍ୱଳ୍ପ ସଂଖ୍ୟକ ବନ କର୍ମଚାରୀଙ୍କ ପକ୍ଷେ ଅସମ୍ଭବ। ତେଣୁ ସଵୁଜ ବାହିନୀ ଓ ଗ୍ରାମବାସୀଙ୍କ ସହଯୋଗ ଏକାନ୍ତ କାମ୍ୟ। ଯଦି ସେମାନେ ସହଯୋଗ ନକରିବେ ହାତୀପଲ ଯେଉଁ କ୍ଷୟକ୍ଷତି କରିବେ ସେ ଭରଣା କରିବା ବନ ବିଭାଗ ପକ୍ଷରୁ ମଧ୍ୟ ଅସମ୍ଭବ ହେବ। ତେବେ ଏହି ସ୍ୱଳ୍ପ ବେତନ ପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ସଚେତନ କରି ହାତୀପଲଙ୍କୁ ଯେପରି କୈାଣସି ପ୍ରକାର ଅନିଷ୍ଟ ନକରି ଘଉଡ଼ାଇ ହୁଏ ସେ ବିଷୟରେ ସଚେତନ କରାଇବା ଆବଶ୍ୟକ ଏବଂ ଛଟେଇ କଲେ ଆଗକୁ ସମସ୍ୟା ବଢିବ ପଛେ କମିବ ନାହିଁ ବୋଲି ସଚେତନ ନାଗରିକ ମାନେ ମତବ୍ୟକ୍ତ କରିଛନ୍ତି।

Nalco
Leave A Reply