Odisha news

କରଞ୍ଜିଆ ଠାରେ ନୂତନ ସିଟି ବଜାର ମେଟ୍ରୋ ମଲ ଉଦଘାଟିତ

0

ପାଂଚପୀଢ ,୬/୫: କରଞ୍ଜିଆ ମାଣିକ ଛକ ନିକଟରେ ନୂତନ ସିଟି ବଜାର ମେଟ୍ରୋ ଆଜି ପୂର୍ବାହ୍ନ ରେ ଏହାର ମୁଖ୍ୟ ପ୍ରତିଷ୍ଠାତା ରିଷଭ କୁମାର ଜୈନଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କମ୍ପାନୀ ଦ୍ଵାରା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ପ୍ରଥମ ମଲ ପ୍ରତିଷ୍ଠା କରାଯାଇଛି। କରଞ୍ଜିଆର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ପୋଷାକ ପରିଛନ୍ନ ପ୍ରଦାନ କରିବା ପାଇଁ ଏହା ତାଙ୍କର ଏକ ଅନନ୍ୟ ପଦକ୍ଷେପ ବୋଲି ପ୍ରତିଷ୍ଠାତା ଶ୍ରୀ ଜୈନ ପ୍ରକାଶ କରିଛନ୍ତି। ତେବେ ଆଜି ଏହାର ଉଦଘାଟନ ପରେ ଲୋକମାନେ ବିଭିନ୍ନ ଜିନିଷ କିଣିବା ପାଇଁ ତତ୍ପର ହୋଇ ଆସୁଥିବା ଦେଖିବାକୁ ମିଳିଥିଲା। ଏହାଛଡ଼ା ଏହି ଅଞ୍ଚଳରେ ଥିବା ବେରୋଜଗାର ଯୁବ ପୀଢ଼ି ମାନଙ୍କୁ ଏଠାରେ କାର୍ଯ୍ୟ ଦେଇ ରୋଜଗାରକ୍ଷମ କରିବା ପାଇଁ ତାଙ୍କର ଏହା ଏକ ଛୋଟ ପ୍ରୟାସ ବୋଲି ସେ ଉଦଘାଟନୀ ଉତ୍ସବ ପାଳନ ଅବସରରେ କହିଥିଲେ।

Leave A Reply