ପାଂଚପୀଢ : ୨୭/୪ ଆଜି କରଞ୍ଜିଆ ଅବକାରୀ ବିଭାଗ ଚଳ ଚଞ୍ଚଳ ହୋଇ କରଞ୍ଜିଆ ବ୍ଲକ କୁଳିପଶି ପଞ୍ଚାୟତ କାଦଡିହା ଗାଁରେ ବେଆଇନ ମହୁଲ ଗଛ୍ଛିତ ଥିବା ଖବର ପାଇ ସେହି ଗାଁର ପ୍ରଦୀପ କୁମାର ନାଏକଙ୍କ ଘରେ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ କରଞ୍ଜିଆ ଅବକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ନେତୃତ୍ବରେ ସହକାରୀ ସବ୍ ଇନ୍ସପେକ୍ଟର ଆଲାଡି ମାରାଣ୍ଡି, କନଷ୍ଟେବଳ ଗୈାତମ ଦେବ ମହାନ୍ତ ଏବଂ ଡ୍ରାଇଭର ବିନୋଦ କୁମାର ମହାନ୍ତଙ୍କ ସହଯୋଗରେ ଚଢ଼ାଉ କରି ପ୍ରାୟ ୧୦ କ୍ୱଣ୍ଟାଲରୁ ଉର୍ଦ୍ଧ୍ବ ମହୁଲ ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଏହି ବିଷୟରେ ବିଭାଗ ପକ୍ଷରୁ ୧୨/୨୩-୨୪ ନମ୍ବର ଅବକାରୀ କେଶ୍ ରୁଜ୍ଜୁ କରାଯାଇଛି ଏବଂ ଆସନ୍ତା କାଲି ତାକୁ କୋର୍ଟ ଚାଲାଣ ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।