Odisha news

କରଞ୍ଜିଆ ଠାରେ ଅହିଂସା ରଥକୁ ଭବ୍ୟପୂର୍ଣ ସ୍ୱାଗତ

0
 ୯/୯ : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କେନ୍ଦୁଝର ଜିଲ୍ଲା ସାହାରପଡା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ରଥ ସକାଳ ପ୍ରାୟ ୮ଟା ସମୟରେ ପହଁଞ୍ଚି ଥିଲା। କରଞ୍ଜିଆ ବାଇପାସ୍ ଛକ ଠାରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତି ପପି ପୃଷ୍ଟି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ, କାଉନସିଲର ବିଜୟ ନାଏକ, ରଞ୍ଜିତ ଖାଟୁଆ, ମନ୍ଦାକିନୀ ପରିଡ଼ା, ସୁଲୋଚନା ପୁଥାଳ, ଭାବଗ୍ରାହୀ ମହାନ୍ତଙ୍କ ଉପସ୍ଥିତିରେ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ବନ୍ଦାପନା ଓ ହୁଳହୁଳି ସହ ସ୍ୱାଗତ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ରଥ କରଞ୍ଜିଆ ସିନେମା ହଲ ଛକ ଦେଇ ମିଳନ ପଡ଼ିଆ,ଡିଏମ ପବ୍ଲିକ ସ୍କୁଲ,ମାଣିକ ଛକ ହୋଇ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ, କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦେଇ କେରକେରା ଅଭିମୁଖେ ପ୍ରସ୍ଥାନ କରିଥିଲା। ତେବେ ରଥକୁ ଡିଏମ ପବ୍ଲିକ ସ୍କୁଲ ଏବଂ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନେ ରାସ୍ତାର ଉଭୟ ପାର୍ଶ୍ବରେ ରହି ବିଭିନ୍ନ ସ୍ଳୋଗାନ ମାନ ଦେଇ ଭବ୍ୟପୂର୍ଣ ସ୍ୱାଗତ କରିଥିଲେ।ଡିଏମ ପବ୍ଲିକ ସ୍କୁଲ ଅଧକ୍ଷ ଅରୁଣ ମହାନ୍ତ ଙ୍କ ନେତୃତ୍ୱରେ ଡିଏମ ପବ୍ଲିକ ସ୍କୁଲ ନିକଟରେ ଏବଂ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟରେ ଅଧକ୍ଷ  ମହାନ୍ତଙ୍କ ନେତୃତ୍ୱରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନଙ୍କ ଉପସ୍ଥିତିରେ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ନମିତା ଘଣ୍ଟିଆଳି, ଅନିତା ଚାତାର, ଇଏନ୍ଏସ ପ୍ରିୟଙ୍କା ଏବଂ କଳ୍ପନା ପାତ୍ର, ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ମହାନ୍ତ ଓ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ। କରଞ୍ଜିଆ ବ୍ଲକ ତରଫରୁ କେରକେରା ଠାରେ ମଧ୍ୟ ଅହିଂସା ରଥକୁ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ଆଧା ସ୍ୱାଗତ କରିଥିଲେ।କେରକେରା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରାସ୍ତାର ଉଭୟ ପାର୍ଶ୍ଵରେ ରହି ସ୍ୱାଗତ କରିଥିଲେ। ପରେ ପରେ ସେଠାରୁ ସିଙ୍ଗଡ଼ା ଛକ ଅତିକ୍ରମ କରି ରଥ ଶୁକୃଳି ବ୍ଲକ ଅଭିମୁଖେ ଯାଇଥିଲା। କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Nalco
Leave A Reply