ନିରାକାରପୁର,୨୩/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ କପିଳେଶ୍ୱର ଦେବଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ରଥ ଖଳାରେ ରଥ କାର୍ଯ୍ୟ ଆଗେଇ ଚାଲିଛି। ନିକଟସ୍ଥ ମଧୁବନ ଗ୍ରାମର ମହାରଣାମାନେ ଏହି ରଥ ନିର୍ମାଣ କାର୍ଯ୍ୟରେ ଦିନରାତି ଏକ କରିଦେଇଛନ୍ତି। ଆଉ ରଥ ଯାତ୍ରା ଆଉ ମାତ୍ର ୫ ଦିନ ଥିବାବେଳେ ରଥ ନିର୍ମାଣ ପାଇଁ ନିକଟସ୍ଥ ଜଙ୍ଗଲ ରୁ ରଥ କାଠ ସଂଗ୍ରହ କରାଯାଇଛି। ନିର୍ଦ୍ଧାରିତ ସମୟର ରଥ କାର୍ଯ୍ୟ ସରିଲେ କନା ବନ୍ଧା, ଅଶ୍ଵ ଓ ପାର୍ଶ୍ଵ ଦେବତାଙ୍କୁ ସ୍ଥାପନା କାର୍ଯ୍ୟ ସରିବାର ରହିଛି।
