କଣ୍ଟାପଡା: ବାପ ମା ନାଁ ରଖିଥିଲେ କହ୍ନେଇ । ଆଶା କରିଥିଲେ ପୁଅ ବଡ ହେଲେ ତାଙ୍କ ପାଇଁ ସାହାରା ହେବ । ହେଲେ ବିଧିର ବିଚିତ୍ର ନୀତି । ଏବେ କହ୍ନେଇ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । କହ୍ନେଇ ଚିନ୍ତାରେ ବାପା ଅଖି ବୁଜିଲେ । ଏବେ ମା ସବୁ ବେଳେ କହ୍ନେଇ ଚିନ୍ତାରେ । ଏପରି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା କଣ୍ଟାପଡା ବ୍ଲକ୍ ନାହାଳପୁର ଗାଁରେ । ଏହି ଗ୍ରାମର ନାବାଳକ କହ୍ନେଇ ପ୍ରଧାନର ଡାହାଣ ଗୋଡ ଅସ୍ୱଭାବିକ ଭାବେ ଫୁଲିବାରେ ଲାଗିଛି । କହ୍ନେଇ ଚଳପ୍ରଚଳ କରିବାରେ ଏହି ଗୋଡ ବହୁତ କଷ୍ଟ ହେଉଛି । ବିଧବା ମା ମମତା ପ୍ରଧାନ ମୂଲ ଲାଗି ସଂସାର ଚଳାଉଥିବା ବେଳେ ପୁଅରଚିକତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଯେଉଁଥି ପାଇଁ ପୁଅର ଗୋଡଚିକତ୍ସା ନକରି ପାରି ଭାଗ୍ୟକୁ ଆଦରି ମମତା ପଡି ରହିଛି । କହ୍ନେଇର ପରିବାର ଚଳାଇବା ପାଇଁ ପ୍ରବଳ ଇଛା ଥିଲେ ମଧ୍ୟ ଗୋଡର ଭାର ତା ପାଇଁ ବାଧକ ସାଜୁଛି । ଏପରି ଏକ ଦୁଃଖଦ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରଙ୍କ ତରଫରୁ କୌଣସି ଉଦ୍ୟମ ହୋଇନଥିଲେ ମଧ୍ୟ କଟକ ସଦର ଥାନା ନଛିପୁର ଗ୍ରାମର ଜଣେ ସମାଜସେବୀ ତଥା ଗୋସେବକ ଚିନ୍ମୟ ପାତ୍ର କହ୍ନେଇକୁ ଆରେଗ୍ୟ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚିନ୍ମୟ କହ୍ନେଇ ପରିବାରରେ ପହଞ୍ଚି ତାକୁ ଡାକ୍ତରଖାନା ନେଇ ବିଭିନ୍ନ ବିଭାଗରେ ତାର ପରୀକ୍ଷା ନିରୀକ୍ଷା କରାଇଛନ୍ତି । ତେବେ ଶେଷରେ ଅସ୍ଥିାଲ୍ୟ ବିଶେଷଜ୍ଞ ତଥା ସ୍ଥାନୀୟ ଓଲଟପୁର ସ୍ଥିତ ଏସଭି ନିରତାର ନିଦେ୍ର୍ଦଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କ ସହ କହ୍ନେଇ ସମ୍ପର୍କରେ ଆଲେଶଚନା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କହ୍ନେଇର ଏହି ଗୋଡର ଅବସ୍ଥା ଯାହା ହୋଇଛି ତାହା ଆଉ ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତର ମାନେ କହିଥିବା ବେଳେ ଗୋଡରେ ସର୍ଜରୀର ଆବଶ୍ୟକ ଥିବା ପରାମର୍ଶ ଦେଈଛନ୍ତି । ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପାଇଁ ସ୍ଥାନୀୟ ନୂୟାଗାଁ ଶାସନ ସ୍ଥିତ ରାଧା ମାଧବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ଦିବ୍ୟାଲୋକ ସନ୍ଧାନେ ପତି୍ରକାର ସମ୍ପାଦକ ଶ୍ରୀ ସନ୍ୟାସୀଙ୍କ ସହ ଅଞ୍ଚଳର ନିର୍ବାଚିତ ପ୍ରତିନିଧିଞ୍ଚ, ଗ୍ରାମର ମୂରବୀ, ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଗୋବିନ୍ଦପୁର ଥାନା ଅଧିକାରୀ ମାନସ ମିଶ୍ର ଉପସ୍ଥିତ ରହି ଚିନ୍ମୟଙ୍କ ଏପରି କାର୍ଯେ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ପ୍ରତିଶୃତି ଦେଇଥିଲେ । ଖୁବ୍ ଶିଘ୍ର କହ୍ନେଇର ଚିକିତ୍ସା ସମ୍ପର୍କରେ ଏକ ପ୍ରତିନିଧି ଦଳ ଡାକ୍ତର ଶକ୍ତି ଦାସଙ୍କୁ ସାକ୍ଷାତ କରି ଆଲେଶଚନା କରାଯିବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ପ୍ରତିନିଧି ବିମାନ ବିହାରୀ ବେହେରା, ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ,ସୁରନାରାୟଣ ସାହୁ,ମହେଶ୍ୱର ପାତ୍ର,ଆର୍ତ୍ତତ୍ରାଣ ଦାସ, ବିଷ୍ଣୁ ଚରଣ ନାୟକ, ରମେଶ ଚନ୍ଦ୍ର ପ୍ରଧାନ, ସୁଧିର କୁମାର ଦାସ, ସରପଞ୍ଚ ନାହାଳପୁର, ଅରୁଣ କୁମାର ମହାନ୍ତି, ପ୍ରମୋଦ କୁମାର ଦାସ, ପ୍ରତାପ କେଶରୀ ପାତ୍ର, ଯଜେ୍ଞଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।