Odisha news

କଣ୍ଟାପଡ଼ା : ସୁନ୍ଦରଗ୍ରାମରେ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ

0

କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକ ବାଗଲପୁର ପଞ୍ଚାୟତ ତଥା ଓଲଟପୁର ଥାନା ଅନ୍ତର୍ଗତ ସୁନ୍ଦରଗ୍ରାମଠାରେ ନୂତନ ପେଟ୍ରୋଲ ପମ୍ପ ‘ସୁନ୍ଦର ଫିଲିଙ୍ଗ ଷ୍ଟେସନ’ ପବିତ୍ର ସୁନାବେଶ ତିଥିରେ ଉଦଘାଟିତ ହୋଇଛି । ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥପାଶ୍ୱର୍ରେ କାର୍ଯ୍ୟକ୍ଷମ ଏହି ନୂତନ ପେଟ୍ରୋଲ ପମ୍ପଦ୍ୱାରା କସର୍ଦ୍ଦା, ନିଆଳି, ଅଡ଼ଶପୁର, ଜୟଦେବ, ପାଟସୁନ୍ଦରପୁର, ଗୋବିନ୍ଦପୁର, ବ୍ରାହ୍ମଣସାଇଲୋ, ବନମାଳିପୁର ଆଦି ଅଞ୍ଚଳର ଗ୍ରାହକମାନେ ଉପକୃତ ହୋଇପରିବେ ।

ରାଷ୍ଟ୍ରାୟତ୍ତ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ଦ୍ୱାରା କ୍ଷମତାପ୍ରାପ୍ତ ଏହି ଆଧୁନିକ ଫିଲିଙ୍ଗ ଷ୍ଟେସନରେ ଉନ୍ନତମାନର ପେଟ୍ରୋଲ, ଡିଜେଲ ଓ ଲୁବ୍ରିକାଣ୍ଟ୍‌ସ ଉପଲବ୍ଧ ହେବା ସଙ୍ଗେସଙ୍ଗେ ଏଥି ସମ୍ପର୍କିତ ବିଭିନ୍ନ ସୁବିଧା ଗ୍ରାହକଙ୍କୁ ମାଗଣାରେ ଯୋଗାଇଦିଆଯିବବୋଲି ଏହାର ପରିଚାଳନା ନିଦେ୍ର୍ଦଶିକା ମିତ୍ରା ଦାସ ସୂଚନା ଦେଇଛନ୍ତି ।

ଗ୍ରାହକଙ୍କ ସନ୍ତୁଷ୍ଟିକୁ ଆମେ ସର୍ବଦା ଅଗ୍ରାଧିକାର ଦେବୁବୋଲି ଏହାର ମୁଖ୍ୟ ପରିଚାଳକ ସୁନ୍ଦରପ୍ରଭାତ ଦାସ ଉଦଘାଟନ ଅବସରରେ କହିଛନ୍ତି । ସନ୍ଥ ଭାଗବତ ସରସ୍ୱତୀ ମହାରାଜ (ଭକ୍ତ ସ୍ୱାମିଜୀ) ଓ ପ୍ରାକ୍ତନ ରାଜ୍ୟ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମିଳିତଭାବେ ଏହାକୁ ଉଦଘାଟନ କରିଥିଲାବେଳେ ବାଗଲପୁର ପଞ୍ଚାୟତ ସରପଞ୍ଚ ଦ୍ୱାରିକାନାଥ ଦାଶ, ସଂସ୍କୃତିବିତ ସୁରେନ୍ଦ୍ରନାଥ ଛୋଟରାୟ, ସରକାରୀ ଓକିଲ କବିନାରାୟଣ ଜେନା, ମୁରବି ସୁଦାମଚରଣ ପାତ୍ର, ସମାଜସେବୀ ସରୋଜକୁମାର ମହାନ୍ତି, ଇଂ. ଡଃ. ମନୋଜକୁମାର ଦାଶ, ବାବନଚନ୍ଦ୍ର ମହାନ୍ତି, ଶିକ୍ଷାବିତ ବିଚିତ୍ରାନନ୍ଦ ପାତ୍ର, ପ୍ରାକ୍ତନ ସମିତି ସଦସ୍ୟ ଉମାକାନ୍ତ କର, ସମାଜସେବୀ ରଶ୍ମିରଞ୍ଜନ ପାତ୍ରଙ୍କ ସମେତ କମ୍ପାନୀର ପଦସ୍ଥ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରତ୍ୟେକ ଗ୍ରାହକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ ହୋଇଥିଲା । ସୁନ୍ଦରପବିତ୍ର ଦାସ ଓ ବରଦାପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଶୁଭମ ଦାସ ଏଥିରେ ସହଯୋଗ କରିଥିଲେ ।

Leave A Reply