Odisha news

ସଫଳ ହେଲା କହ୍ନେଇର ଅପରେସନ୍: ଅଞ୍ଚଳରେ ହେଲା ଦୀପଦାନ ଓ ସମୂହ ପ୍ରାର୍ଥନା ସ୍ଥାୟୀ ଥଇଥାନ ପ୍ରତିଶୃତି ଦେଲା ପ୍ରଶାସନ

0

କଣ୍ଟାପଡା: ସ୍ଥାନୀୟ ଏସ.ଭି ନିରତାରରେ ଦୁରାରୋଗ୍ୟ ନୁ୍ୟରୋ ଫାର୍ବୋ ମେଟାସିସ୍ ରୋଗରେ ପୀଡିତ ନାବାଳକ କହ୍ନେଇ ପଧାନ ଗୋଡରେ ଆଜି ଅସ୍ତ୍ରୋପେଚାର ସଫଳ ହୋଇଛି । ନିରତାର ନିଦେ୍ର୍ଦଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ପ୍ରାୟ ୪ ଘଣ୍ଟାର ପରିଶ୍ରମ କରି ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି । ଏଣିକି କହ୍ନେଇ ବିପଦ ମୁକ୍ତ ଓ ପ୍ରାୟ ୩ ମାସ ମଧ୍ୟରେ କହ୍ନେଇ ରାଜରାସ୍ତାରେ ଜଣେ ସାଧାରଣ ବାଳକଭାବେ ଚାଲିବାରେ ସକ୍ଷମ ହେବ ବୋଲି ଅସ୍ତ୍ରୋପଚାର ପରେ ନିରତାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟିମ୍ ସଦସ୍ୟ ଡାକ୍ତର ମାନେ କହିଛନ୍ତି । ଖାଲି ସେତିକି ନୁହେଁ ଆଜି ଜିଲ୍ଲା ପ୍ରସାସନର ନିଦେ୍ର୍ଦଶ କ୍ରମେ କହ୍ନେଇ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ଏକ ଚେକ୍ଚହ୍ନେଇର ମା ମମତା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଖୁବ୍ ଶିଘ୍ର ପରିବାରକୁ ଜମିପଟ୍ଟା ଓ ଅବାସ ଗୃହ ଯୋଗାଇ ଦିଆଯିବ ବୋଲି କଣ୍ଟାପଡା ବିଡିଓ ଓ ତହସିଲଦାର କହିଛନ୍ତି । ସେହିପରି ନିରତାରରୁ କହ୍ନେଇକୁ ଡିସ୍ଚାର୍ଜ କରାଯିବା ପରେ ତାର ନିଜସ୍ୱ ଗୃହ ନିର୍ମାଣ ହେବା ପର୍ଯ୍ୟନ୍ତ ତାର ଅବସ୍ଥାନ ପାଇଁ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଅସ୍ଥାୟୀ ଭାବେ ସରକାରୀ ବାସଗୃହରେ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଆଜି ନିରତାର ଅପରେସନ୍ ଗୃହରେ କହ୍ନେଇ ଗୋଡରେ ଅସ୍ତ୍ରୋପଚାର ଚାଲଇଥ୍ôବା ବେଳେ ଅଞ୍ଚଳର ବିଭିନ୍ନ ସ୍ଥାନରେ କହ୍ନେଇର ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ ଓ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଉଥିବା ଦେଖିବାକୁ ମିଳିଛି । ଏତଦ୍ ବ୍ୟତିତ କଣ୍ଟାପଡା ବ୍ଲକର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଅନୂଋପ ଭାବେ ପ୍ରାର୍ଥନା ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଆଜି ସକାଳ ୯ଟାରେ କହ୍ନେଇକୁ ନିରତାର ଅପରେସନ ଗୃହକୁ ନିଆଯାଇଥିଲା ।ଅସ୍ତ୍ରୋପଚାର ପାଇଁ ସମସ୍ତ ବନେ୍ଦାବସ୍ତ କରାଯାଇଥିବା ବେଳେ ଟିମ୍ର ଡାକ୍ତର ମାନେ ପ୍ରସ୍ତୁତ ହୋଇ ରହିଥିଲେ । ପ୍ରାୟ ୩ଘଣ୍ଟାଧରି ଏହି ଅପରେସନ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା ନିରତାର ନିଦେ୍ର୍ଦଶକ ଡାକ୍ତର ଶକ୍ତି ପ୍ରସାଦ ଦାସ କହିଛନ୍ତି । ଅପରେସନ ପରେ ନିରତାର ସମ୍ମିଳନୀ କକ୍ଷରେ ଆୟୋଜିତ ଗଣମାଧ୍ୟମ ପ୍ରତିନିଧିଙ୍କ ସମାବେଶରେ ନିଦେ୍ର୍ଦଶକ ଡାକ୍ତର ଦାସଙ୍କ ସହ ଏସ୍ସିବିର ପ୍ଲାଷ୍ଟିକସର୍ଜ୍ଜରୀର ମୁଖ୍ୟ ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ବରିଷ୍ଠ ନିଶ୍ଚେତକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଏହି ଅପରେସନରେ ନିରତାର ଓ ଏସ୍ସିବିର ୧୭ଜଣ କର୍ମଚାରୀ ନିଯୁକ୍ତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଡାକ୍ତର ଶକ୍ତି ପ୍ରସାଦ ଦାସ,ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର,ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ,ଡାକ୍ତର ପବିତ୍ର ସାହୁ,ଡାକ୍ତର କେ.ଏସ୍.ଏନ୍ ରାଓ,ଡାକ୍ତର ଜିତେନ୍ଦ୍ର ଷଢଙ୍ଗୀ,ଡାକ୍ତର ଅଭିଷେକ ସାନ୍ୟାଲ,ଡାକ୍ତର ନାଗେଶ୍ୱର ଉଜାଡେ,ଆରତୀ ପରୀଡା,ନିର୍ମଳା ସାହୁ,ସଞ୍ଜୟ କୁମାର ସାହୁ,ବିଶ୍ୱରଞ୍ଜନ ପରୀଡା,ରାଜଲକ୍ଷ୍ମୀ ଖଟୁଆ,ମଞ୍ଜୁଳା ନାୟକ,ସୁଧାକର ନାୟକ,ସୁଷମା ଓ ଜୟରାମ ସାମିଲ ଥିବା ନିଦେ୍ର୍ଦଶକ ଡାକ୍ତର ଦାସ ସୂଚନା ଦେଇଛନ୍ତି । ନିରତାରର ଆଜି ଏହି ସମସ୍ତ କାର୍ଯ୍ୟକ୍ରମକୁ ଉପ ନିର୍ଦ୍ଦଶକ ରଶ୍ମିରଞ୍ଜନ ସେଠୀ ଉପସ୍ଥିତ ରହି ସୁଚାରୁ ସମ୍ପାଦନ କରିଥିଲେ ।ଏଣିକି କହ୍ନେଇ ବିପଦ ମୁକ୍ତ ଓ ଆସନ୍ତା ୩ମାସ ମଧ୍ୟରେ କହ୍ନେଇ ସାଧାରଣ ବାଳକଙ୍କ ପରି ରାଜରାସ୍ତାରେ ଚାଲିପାରିବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏହି ସମ୍ମଳନୀରେ ଉପସ୍ଥିତ ଥିବା କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ ,ବିଡିଓ କେ.ଅଶୋକ କୁମାର ଓ ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲିକ ି ନିରତାର ଡାକ୍ତରଙ୍କ ଏପରି ସାହସୀକ ପଦକ୍ଷେପକୁ ସାଧୁବାଦ ଜଣାଇବା ସହ ଜିଲ୍ଲା ପ୍ରଶାସନର ରେଡକ୍ରସ ପାଣ୍ଠିରୁ ତୁରନ୍ତ ସାହାଯ୍ୟ ବାବଦକୁ ଦଶ ହଜାର ଟଙ୍କାର ଏକ ଚେକ୍ କହ୍ନେଇଙ୍କ ମା ମମତାଙ୍କୁ ପ୍ରଦାନ କରିଥିଲେ । ସେହିପରି ଖୁବ୍ ଶିଘ୍ର ଭୁମିହୀନ କହ୍ନେଇ ପରିବାରକୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯିବା ସହ ବ୍ଲକ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ପାଇଁ ସାହାଯ୍ୟ ପ୍ରଦାନ କରାଯିବ ବୋଲି ବିଡିଓ ଓ ତହସିଲଦାର ପ୍ରତିଶୃତି ଦେଇଥିଲେ । ଅନ୍ୟପଟେ ନିରତାରରୁ ଅପରେସନ ପରେ କହ୍ନେଇ କେଉଁଠି ରହିବ ବୋଲି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ସେବାଦରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ କହ୍ନେଇ ପରିବାରର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏକ ସରକାରୀ ଗୃହରେ ଅବସ୍ଥାନ ପାଇଁ ବନେ୍ଦାବସ୍ତ କରାଯିବ ବୋଲି କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ କହିଥିଲେ । ସବ୍ରୋପରି ଆଜି ଯେଉଁ ମାନଙ୍କ ପାଇଁ କହ୍ନେଇ ନୂଆ ଜୀବନ ପାଇବାକୁ ଯାଉଛି ଗୋ ସେବକ ଚିନ୍ମୟ ପାତ୍ର ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଅବସରରେ ପ୍ରଶଂସାଂ କରାଯାଇଥିଲା ।

ଗୋଟିଏ ପଟେ ନୂତନ ଜୀବନ ପାଇଁ ନିରତାର ଅପରେସନ ଗୃହର ଖଟିଆ ଉପରେ ଡାକ୍ତର ମାଦେନ ଅସ୍ତ୍ରୋପଚାର କରୁଥିବା ବେଳେ ସେହି ସମୟରେ କଣ୍ଟାପଡା ବ୍ଲକ ପରିସରରେ ଏକ ସମୂହ ଦୀପଦାନ ଓ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଏଥିରେ କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ୟାସୀ,କଣ୍ଟାପଡା ବ୍ଲକର ବିଭିନ୍ନ ଗ୍ରାମର ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟା ମିତାଲି ଦାସ,ମଧୁସ୍ମିତା ମହାନ୍ତି,ସରୋଜିନୀ ମହଲ,ଶକୁନ୍ତଳା ସାହୁ,ବିନୋଦିନୀ ଜଟ୍ଟ ,ଲକ୍ଷ୍ମିପ୍ରୀୟା ଜଟ୍ଟ,ଗିତାଞ୍ଜଳୀ ସାହୁ.ପ୍ରମିଳା ସାହୁ,ଖୁଲଣା ମୁଦୁଲି,ସତ୍ୟଭାମା ସ୍ୱାଇଁ,କଳ୍ପନା ଭୋଇ,ପ୍ରମାସିନୀ ଭୋଇ,ପଦ୍ମିନୀ ମିଶ୍ର,ସବିତା ପୃଷ୍ଟିଙ୍କ ସହ ଓଲଟପୁର ଥାନା ଅଧିକାରୀ ଚିନ୍ମୟୀ ସାହୁ,ନୂଆଗାଁ ସରପଞ୍ଚ ଚନ୍ଦନା ମହାନ୍ତି,ବ୍ଲକ ମହିଳା ଓ ଶିଶୁ ବିକାଶ ଯୋଜନା ଅଧିକାରୀ ମୀନର୍ଭା ମହାନ୍ତି,ଭୂବନେଶ୍ୱର ତ୍ରିପାଠୀ,ବ୍ଲକ ଯୋଗାଣ ନିରୀକ୍ଷୀକା ନସିମା ବେଗମ୍,ବ୍ଲକ ରିଟେଲର ସଂଘ ସଭାପତି ଆଲୋକ ବରାଳ,ଯୁବନେତା ବିପିନ ବେହେରା ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି କହ୍ନେଇର ଆଶୁ ଆରେଗ୍ୟ କାମନା କରିଥିଲେ । ଏଥିସହ କଣ୍ଟାପଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ କହ୍ନେଇର ଆଶୁ ଆରୋଗ୍ୟ କାମନା କରାଯାଇ ଦୀପଦାନ ଓ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା । ପ୍ରକଳ୍ପ ଅଧିକାରୀ ମିନର୍ଭା ମହାନ୍ତି,ଭୁବନେଶ୍ୱରୀ ମିଶ୍ର,ମଞ୍ଜୁଲତା ଦାସ,ସ୍ୱର୍ଣ୍ଣଲତା ମହାପାତ୍ର,ସବିତା ବିଶ୍ୱାଳ,ଦିପାଳୀ ନିବେଦିତା ଦିଗଲ,ସସ୍ମିତା ନାୟକ,ରାନୀ ମନଜାନୀ ବେହେରା ଓ ବିଷ୍ଣୁ ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି କହ୍ନେଇର ସଫଳ ଅସ୍ତ୍ରେପଚାର ଓ ଆରୋଗ୍ୟ କାମନା କରିଥିଲେ । ଅନ୍ୟପଟେ କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ୧୫୬ଟି ଅଙ୍ଗନବାଡି କେନ୍ଦ୍ରରେ ଆଜି କହ୍ନେଇର ଆଶୁ ଆରୋଗ୍ୟ କାମନା କରାଯାଇ ଦୀପଦାନ ଓ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply