Odisha news

କଣ୍ଟାପଡ଼ା : ଡାକପାଳଙ୍କ ବିଦାୟକାଳୀନ ସମ୍ବର୍ନ୍ଧନା

0

କଣ୍ଟାପଡ଼ା : ନାହାଳପୁର ଶାଖଶ ଡାକପାଳ ଗଗନବିହାରୀ ବେହେରା ଓ ଗୋବିନ୍ଦପୁର ଉପ ଡାକଘରର କାର୍ଯ୍ୟରତ ପୋଷ୍ଟାଲ ଆସିଷ୍ଟାଣ୍ଟ ଗୋବିନ୍ଦଚନ୍ଦ୍ର ମୁର୍ମୁଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି ।

ଶ୍ରୀ ବେହେରା ଦୀର୍ଘ ୪୧ ବର୍ଷ ଧରି ଡାକ ବିଭାଗରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ଏତଦ ସହିତ ସେ ଗୋସୁରକ୍ଷା ଓ ଗୋଚର ଜମିର ସଂରକ୍ଷଣ ପାଇଁ କାର୍ଯ୍ୟ କରି ଜନପ୍ରିୟତା ହାସଲ କରିଥିଲେ । ଯାଦବ ସଂଘର କର୍ମକର୍ତ୍ତା ରହି ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ ।

ଏଥି ସହିତ ଗ୍ରାମୀଣ ଡାକ ସଂଘର କଟକ ସିଟି ଡିଭିଜନର ସଭାପତି ରହି କର୍ମଚାରୀଙ୍କ ସମସ୍ୟା ଦୂରୀକରଣ ଦିଗରେ କାର୍ଯ୍ୟ କରିଥିଲେ । ଗୋବିନ୍ଦପୁର ସବପୋଷ୍ଟମାଷ୍ଟରଙ୍କ ତତ୍ତ୍ୱାବଧାନରେ ଗୋବିନ୍ଦପୁର ଅଧିନସ୍ଥ ସମସ୍ତ ଶାଖା ଡାକ କର୍ମଚାରୀମାନେ ଉଭୟଙ୍କୁ ବିଦାୟ ସମ୍ବର୍ନ୍ଧନା ଜ୍ଞାପନ କରିଥିଲେ । ରମାକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply