Odisha news

ଶୁଆଝରି ଜଙ୍ଗଲରୁ ନବ ଜାତ ଶିଶୁ ଉଦ୍ଧାର

0

କଣିହାଁ :  ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ସୁଆଝରି ଗ୍ରାମ ଜଙ୍ଗଲରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି l ବୁଧବାର ଭୋର ସକାଳୁ ଜଙ୍ଗଲକୁ ଛତୁ ଖୋଜି ବା ପାଇଁ  କିଛି ଗ୍ରାମ ବାସୀ ଯାଇଥିଲେ  l ନବ ଜାତ ଶିଶୁ ର କ୍ରନ୍ଦନ ଶୁଣି ପାରି  ଶିଶୁ ପାଖ କୁ ଧାଇଁ ଯାଇଥିଲେ ଗ୍ରାମ ବାସୀ   l

ନବ ଜାତ ଶିଶୁ ଟି କୁ ଉଦ୍ଧାର କରିବା ସହ  ନିକଟସ୍ଥ ରେଙ୍ଗାଲି ଥାନା ରେ ଜଣାଇ ଥିଲେ  ଗ୍ରାମବାସୀ l ରେଙ୍ଗାଲି ଥାନା ଅଧିକାରୀ ସରୋଜ ସାମଲ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ କଣିହାଁ ଡାକ୍ତର ଖାନାକୁ ଆଣିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ମେଡିକାଲ ଏସଏନସିୟୁ ବିଭାଗକୁ ଚିକିତ୍ସା ପାଇଁ ପଠାଯାଇଛି l

ଶିଶୁର ସାଙ୍ଗରେ ବଜ୍ରକୋଟ ଗ୍ରାମର ଏକ ନିସନ୍ତାନ ଦମ୍ପତି ଆପଣେଇବା ପାଇଁ ଯାଇଥିବା ସହ ତାର ଦେଖାଶୁଣା ମଧ୍ୟ କରୁଛନ୍ତି l ଶିଶୁର ଓଜନ ୧କେଜି୮୦୦ଗ୍ରାମ ଥିବାବେଳେ ସୁସ୍ଥ ଥିବା ଜଣାଯାଇଛି l

Leave A Reply

Your email address will not be published.