ପୁରୀ,୧୯ା୨ :ଅଭିନେତା ସୁଶାନ୍ତସିଂ ରାଜପୁତ ମୃତୁ୍ୟମାମଲାକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରଣୱାତ୍ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିନେତ୍ରୀ କଙ୍ଗନା ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ସୁରକ୍ଷା ବଳୟ ମଧ୍ୟରେ କଙ୍ଗନା ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିଥିଲେ । ବର୍ଷ ଆରମ୍ଭରୁ ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ଧନ୍ୟ ମନେକରୁଥିବା କଙ୍ଗନା କହିଛନ୍ତି । ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିବା ସହିତ ଦେଶରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ଲାଗି ମହାପ୍ରଭୁଙ୍କୁ ନିକଟରେ ପ୍ରାଥନା କରିଥିବା ସେ ଗଣମାଧ୍ୟମକୁ କହିଛନ୍ତି । ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା କଙ୍ଗନାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ସାରସ୍ୱତ ଅନୁଷ୍ଠାନ ଅଭିନନ୍ଦନିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଓ ଅଭିନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଉପସ୍ଥିତଥିଲେ ।
Comments are closed.