ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି କନ୍ଧ ସମାଜ ଯୁବ ବରଗ କ ଅକ୍ଲାନ୍ତ ଉଦ୍ୟମ ଫଳରେ କନ୍ଧ ସମାଜ ର ସନସ୍କୁରତି, ପରମ୍ପରା ର ପୁନରୁଦ୍ଧାର ପାଇଁ ନର୍ଲା ବ୍ଳକ ଅନ୍ତର୍ଗତ ତୁଲାପଡା ଗ୍ରାମ ର କୁସୁମ ପଡା ଠାରେ କନ୍ଧ ସମାଜ ର ପାରମ୍ପରିକ ଟିକଦିଆ ,ଟିଲିଆ ବା ଯୋଟଘାଟ ବିବାହ ସମ୍ପନ୍ନ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଗା ର ଲବ ମାଝୀ କ ଉଚ୍ଚ ଶିକ୍ଷିତ ପୁଅ ତଥା ଶିଖ୍ୟକ ଚୋଧରୀ ମାଝୀ ଦେଦର ଗ୍ରାମ ର ଉମାଶନକର ଭୋଇ କ ଝିଅ କଳାବତୀ ଉଭୟ ବନ୍ଧୁ ବାନ୍ଧବ ମା ବାପା କ ଉପସ୍ଥିତି ରେ ବିନା ବ୍ରାହ୍ମଣ ଓ ହୋମ ଯଞ ଛାଡି ଗ୍ରାମ ର ଝାକର, ଜାନୀ ଉପସ୍ଥିତି ର ସମାଜର ରୀତିନୀତି, ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଉଭୟେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ହଜି ଯାଇଥିବା ପରମ୍ପରା ଅନୁଯାୟୀ ବିବାହ କରି ହଜିଯାଇଥିବା ପରମ୍ପରା କୁ ପୁନଃଜୀବିତ କରିଥିବା ରୁ କନ୍ଧ ସମାଜ ର ଯୁବ ବରଗ ମଧ୍ୟରେ ଏକ ନୂତନ ଆଶା ର କିରଣ ଉକି ମାରିଛି। କନ୍ଧ ସମାଜ ରେ ଆଗରୁ ଟୀକଦିଆ ବା ଟିଲିଆ ବିବାହ ଆଗ କାଳରେ ଚଲୁଥିଲା ହେଲେ ଆରଯ ସନସକ୍ରୁତିର ଞ ପ୍ରବେଶ ବଳରେ ଆସ୍ତେ ଆସ୍ତେ ଏହି ସବୁ ହଜି ବସିଥିଲା। ଯୁବ ବରଗ ର ଡମ୍ବରୁଧର ମାଝୀ, ଗଜପତି ମାଝୀ, ତରୁଣ ଜାନୀ, ବିପ୍ର ମାଝୀ, ଖିତିଶ ମାଝୀ, ଡୋଲାମଣି ମାଝୀ କ ଉଦ୍ୟମ କୁ ବୀରକମଳ ମ୍ଇଦାନର ଲୋକ ନାଥ ଭୋଇ, ରାଜ ମାଝୀ, ନୋକା ମାଝୀ ପ୍ରଂଶସା କରିଥିଲେ ଓ ଆଗାମୀ ଦିନରେ ଏହି ଭଳି ବିବାହ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ପଡୋଶୀ ଜିଲ୍ଲା ବଲାଗିର ର ଡିଜୀ ପ୍ରଧାନୀ, ଧନେଶ୍ଵର ମାଝୀ, ଖୁସିରାମ ଜାନୀ ଯୋଗ ଦେଇଥିଲେ।