Odisha news

କନ୍ଧମାଳ ଜିଲାରେ ଲୋକେ ଆରମ୍ବ କଲେ ସାମାଜିକ ଦୁରତା

0

ଫୁଲବାଣୀ,27.03, ଆଜି କନ୍ଧମାଳ ଜିଲାର ସଦରମହକୁମା ଫୁଲବାଣି ସମେତ ଫିରିଙ୍ଗିଆ,ଟିକାବାଲି,ବାଲିଗୁଡା ସମେତ ଅଧିକାଂଶ ଥାନା ଅଂଚଳରେ ଲୋକେ ଦୋକାନରୁ ଜିନିଷ କିଣିବାବେଳେ ଜିଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ସେମାନଙ୍କ ମଧ୍ୟରେ ସାମାଜିକ ଦୁରତା ରଖୁଥିବା ଦେଖାଯାଇଥିଲା । ଦୋକାନି ମାନେ ସେମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୁରତା ରଖିବା ସହିତ ଗ୍ରାହକ ମାନେ ମଧ୍ୟ ସେହିପରି ସେମାନଙ୍କ ମଧ୍ୟରେ ଅତି କମରେ ଏକ ମିଟର ଦୁରତା ରଖିବା ସହିତ ସେମାନଙ୍କ ଜିନିଷ କିଣିଥିଲେ । ତେବେ ଏହାପୁର୍ବରୁ ସେମାନେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଜନ ଗହଳିରେ ପଶିବାସହିତ ନିଜ ନିଜ ଭିତର ଅତିକମରେ ରଖାଯିବା ଏକ ମିଟର ଦୁରତାକୁ ଭୁଲିଯାଉଥିଲେ । ଫଳରେ କରୋନା ସଂକ୍ରମଣର ଆଶଙ୍କା ରହୁଥିଲା । ଆଜିଠାରୁ ଜିଲାର ସମସ୍ତ ଯାଗାରେ ପ୍ରଶାସନ ତରଫରୁ ଲୋକଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୁରତା ରକ୍ଷା କରିବାପାଇଁ ଜିଲାର ସମସ୍ତ ଦୋକାନ ମାନଙ୍କରେ ଲୋକଙ୍କୁ ନିଜ ପାଳି ଆସିବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଦୁରତାରେ ଅପେକ୍ଷା କରିବାକୁ ଧଳା ରଙ୍ଗରେ ଚିହ୍ନ କରି କରାଯାଇଛି । ସେଠାରେ ଲୋକେ ସେମାନଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାସହିତ ଶୃଙ୍ଖଳାର ସହ ଦୋକାନରୁ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଓ ପନିପରିବା ସଂଗ୍ରହ କରୁଛନ୍ତି ।

Leave A Reply