ଫୁଲବାଣୀ : ଶେଷରେ ଜନ୍ମକଲା ମା’କୁ ହତ୍ୟା କଲା ପିଶାଚ ପୁଅ । ମା’କୁ ଛୁରୀ ଭୁଷି ହତ୍ୟା କରିବା ସହ ସେଠାରେ ଥିବା ଭଣଜା ଭାଣିଜି ସମେତ ୩ ଜଣଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ପୁଅ । ଫଳରେ ପ୍ରବଳ ରକ୍ତସ୍ରାବ ହେବା ଫଳରେ ମା’ର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ବିଶିପଡା ପଂଚାୟତର ବେହେରାପଦର ଗାଁରେ ।
ବାଇକ ଭଙ୍ଗା ଘଟଣାରୁ ହୋଇଥିବା କଳହରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଫଳରେ ପୁଅର ଭୁଜାଲିରେ ମାଆର ଜୀବନ ଯିବା ସହିତ ଅଭିଯୁକ୍ତର ଭଉଣି ଏବଂ ଆଉ ଦୁଇଜଣ ମଧ୍ୟ ସେଠାରେ ଝଗଡାକୁ ଶାନ୍ତ କରିବାକୁ ଚେଷ୍ଟା କଲାବେଳେ ଆହତ ହୋଇଥିବା ଜଣାପଡିଛି । ତେବେ ଘଟଣା ପରେ ଭାଗିରଥି ସେଠାରୁ ଫେରାର ହୋଇଯାଇଥିଲା । ମୃତ ମହିଳା ଜଣକ ଉର୍ମିଳା ବେହେରା(୫୫)ବର୍ଷ ବୋଲି ଜଣାପଡିଛି । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରିବାସହ ୬୭/୨୦ ରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ପୁଅ ଭାଗିରଥି ବେହେରାକୁ ପୋଲିସ ଗିରଫ କରିଛି ।
