ଫୁଲବାଣୀ : ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସମସ୍ତ ୩ ହଜାର ମେନେଜେରିଆଲ ଠିକା କର୍ମଚାରୀ ମାନେ ଆଜିଠାରୁ ଅନିର୍ଦ୍ଧିଷ୍ଠ କାଳପାଇଁ ଆନେ୍ଦାଳନ ଆରମ୍ଭ କରିଛନ୍ତି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ ରତ ଥିବା ସମସ୍ତ ମେନେଜେରିଆଲ ଠିକା କର୍ମଚାରୀ ମାନେ ମଧ୍ୟ ଆଜିଠାରୁ ଆନେ୍ଦାଳନ ଆରମ୍ଭ କରିଛନ୍ତି । ପ୍ରଥମେ ସେମାନେ ଏହି ସଂକ୍ରନ୍ତରେ ଏକ ଦାବୀପତ୍ର ମିଶନ ଡାଇରେକ୍ଟରଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡିଙ୍କୁ ପ୍ରଦାନ କରିଛନ୍ତି ।
ଏହାପରେ ସେମାନେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଫୁଲବାଣୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଜଣାପଡିଛି । ସେମାନଙ୍କର ଦାବୀ ମୁତାବକ ନନ୍ ମେଡିକୋ ପବ୍ଳିକ ହେଲ୍ଥ ମେନେଜମେଣ୍ଟ କ୍ୟାଡର ସୃଷ୍ଟି କରି ସେହି ପଦବୀରେ ସ୍ଥାୟୀ ନିଯୁକ୍ତି କରାଯିବା,ସ୍ଥାୟୀ ନିଯୁକ୍ତି ହେବା ପର୍ଯ୍ୟନ୍ତ ୭ମ ବେତନ ଆଧାରରେ ସେମାନଙ୍କୁ ଦରମା ପ୍ରଦାନ କରାଯିବା,ସମସ୍ତଙ୍କୁ କର୍ମଚାରୀ ଭବିଷ୍ୟନିଧି ବ୍ୟବସ୍ଥା ଲାଗୁ କରାଯିବା ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା ଆଦି ଦାବୀ ଗୁଡିକ ଉଲ୍ଲେଖ ଥିବା ଏହି ଦାବୀ ପତ୍ରକୁ ପ୍ରଦାନ କରାଯାଇଛି । ସେମାନଙ୍କର ଏହି ଦାବୀ ଗୁଡିକ ପୁରଣ ନହେବା ପର୍ଯ୍ୟନ୍ତ ସେମାନଙ୍କର ଆନେ୍ଦାଳନ ଜାରୀ ରହିବ ବୋଲି କହିଛନ୍ତି ସେମାନେ ।
Comments are closed.