Odisha news

ଯୁବ ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କ ଆତ୍ମହତ୍ୟା, ଫୁଲବାଣୀ ଟାଉନ ପୁଲିସର ତଦନ୍ତ ଆରମ୍ଭ

0
କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା   ଫୁଲବାଣୀ ସହରର ଜଣାଶୁଣା ଯୁବ ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନ ଆତ୍ମହତ୍ୟା କରିଛନ୍ତି। ସକାଳେ ଫୁଲବାଣୀ ଟାଉନ ପୁଲିସ ସ୍ଥାନୀୟ ଅମଲାପଡା ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି। ସକାଳେ ପରିବାର ଲୋକେ ଦେଖିବା ପରେ ଫୁଲବାଣୀ ଟାଉନ ଥାନାକୁ ଜଣାଇଥିଲେ। ଟାଉନ ପୁଲିସ୍ ଆସି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଅଂଶୁମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର ଆକ୍ସନର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉ ଥିଲେ। ଜିଲାରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି, ସେ ନେଇ କିଛି ଜଣା ପଡିନାହିଁ। ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଫୁଲବାଣୀ ଟାଉନ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ।
Nalco
Leave A Reply