Odisha news

କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ରେ ନିଷ୍ପତି : ମହାପ୍ରୟାଣ ଗାଡ଼ି ବଦଳରେ ବ୍ୟବହାର ହେବ ୧୦୮ ଆମ୍ବୁଲାନ୍ସ

0
କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ  ଜିଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହ ପରିସରରେ  କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଗତ ଜିଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକର ବିବରଣୀ ସମ୍ପର୍କରେ ଆଲୋଚନା କରିବା ସହିତ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା।ଫୁଲବାଣୀ ପୌରପରିଷଦର ମହାପ୍ରୟାଣ ଗାଡ଼ି ମରାମତି ବାବଦରେ ବେଶି ଖର୍ଚ୍ଚ ହେଉଥିବାରୁ ୧୦୮ ଆମ୍ବୁଲାନ୍ସକୁ ମହାପ୍ରୟାଣ ଗାଡ଼ି ଭାବେ ବ୍ୟବହାର କରାଯିବ। ଜିଲା ସଦର ମହକୁମା ଚିକିତ୍ସାଳୟର ଜଣେ ଗାଡ଼ି ଚାଳକଙ୍କୁ ସେହି ଗାଡ଼ି ପାଇଁ ଅବସ୍ଥାପିତ କରାଯିବ। ସେଥିପାଇଁ ଆବଶ୍ୟକ ଖର୍ଚ୍ଚ ଜିଲାପାଳଙ୍କ ଅନୁମୋଦନ କ୍ରମେ ରେଡକ୍ରସ ପାଣ୍ଠିରୁ ଭରଣା କରାଯିବ। ଜିଲା ସଦର ମହକୁମା ନିକଟରେ କାର୍ଯ୍ୟ କରୁଥିବା ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଜନସ୍ୱାର୍ଥ ପାଇଁ ଆଭ୍ୟନ୍ତରୀଣ ଅଞ୍ଝଳକୁ ସ୍ଥାନାନ୍ତର କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ/ଉପଖଣ୍ଡ ଚିକିତ୍ସାଳୟ ପାଇଁ ହେଲ୍ପ ଡେସ୍କ ସେବା ଏବଂ ହସ୍ପିଟାଲ ଡାଏଟ୍ ସର୍ଭିସ୍ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି। ସେହିପରି, ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରସବ ହାର, ମାତୃ ଓ ଶିଶୁ ମୃତ୍ୟୁ ହାର, ନବଜାତ ଶିଶୁ ମୃତ୍ୟୁ ହାର, ପୃଷ୍ଟକର ଥଇଥାନ କେନ୍ଦ୍ର, ଶୂନ ରୁ ୬ ବର୍ଷ ବୟସର ଶିଶୁ ଲିଙ୍ଗ ଅନୁପାତ ଉପରେ ଆଲୋଚନା କରାଯାଇଥିଲା। କେଉଁ ସି.ଏଚ୍.ସି.ରେ ଏକ୍ସ-ରେ କରାଯାଉନାହିଁ ଏବଂ କ’ଣ ପାଇଁ କରାଯାଉନାହିଁ ଜିଲ୍ଲାପାଳ ପଚାରି ବୁଝିଥିଲେ। ଉକ୍ତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ଚିକିତ୍ସା ଅଧିକାରୀ, ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ, ଜିଲା ହୋମିଓପାଥି ଚିକିତ୍ସା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ଏବଂ ରାସ୍ତା ଓ କୋଠାବାଡ଼ି, ଜିଲା ଶିକ୍ଷା ଅଧିକାରୀ, ଜିଲା ପଞ୍ଝାୟତ ଅଧିକାରୀ, ନିର୍ବାହୀ ଅଧିକାରୀ, ଫୁଲବାଣୀ ପୌରପରିଷଦ, ଜିଲା ସଦର ମହକୁମା ଚିକିତ୍ସାଳୟର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।
Nalco
Leave A Reply