Odisha news

ବରିଷ୍ଠ ନାଗରିକ ଓ ବିକଳାଙ୍ଗଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କୋଠରୀ ଖୋଲିଲା

0
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା  ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ପରିସରରେ ଓପିଡି- ୨ ରୁମ ନମ୍ବର ୫ରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରିକ ଓ  ବିକଳାଙ୍ଗ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଖୋଲା ଯାଇଛି। ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକଙ୍କ ଚିକିତ୍ସା ନିମନ୍ତେ ଦାୟିତ୍ୱ ଦିଆଯାଇଛି। ସେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା କରିବେ। କନ୍ଧମାଳ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ମଞ୍ଚ ଓ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଅନେକ ସମୟରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଙ୍କୁ ସାକ୍ଷାତ କରି ବରିଷ୍ଠ ନାଗରିକଙ୍କ ନିମନ୍ତେ ଜଣେ ସ୍ୱତନ୍ତ୍ର ଡାକ୍ତରଙ୍କ ସହ ସ୍ୱତନ୍ତ୍ର କୋଠରୀ ପାଇଁ ଦାବି କରି ଆସୁଥିଲେ। ଫଳରେ ସ୍ୱାସ୍ଥ୍ୟ ବିଭାଗ ଏହି ଦାବିକୁ ଯଥାର୍ଥ ମନେ କରି ବରିଷ୍ଠ ନାଗରିକଙ୍କ ଏକ ସ୍ୱତନ୍ତ୍ର କୋଠରୀ ସହ ସ୍ୱତନ୍ତ୍ର ଡାକ୍ତରଙ୍କ ବ୍ୟବସ୍ଥା କରିଛନ୍ତି। ଫଳରେ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ, ମିଳିତ ନାଗରିକ ମଞ୍ଚ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ,ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡା. ମନୋଜ ଉପାଧ୍ୟାୟ ଓ ବରିଷ୍ଠ ମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଦାୟିତ୍ବ ଗ୍ରହଣ କରିଥିବା ଡାକ୍ତର ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି।
Nalco
Leave A Reply