Odisha news

କନ୍ଧମାଳ : କୁଇ ସମାଜ ସେବା ସମିତି ତରଫରୁ କାରଗିଲ ବିଜୟ ଦିବସ ପାଳିତ

0

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି, ଫୁଲବାଣୀ ତରଫରୁ ୨୩ତମ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାମାନଙ୍କ ବଳିଦାନ ସ୍ମୃତିଚାରଣ କରି ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜ୍ଞାପନ କରାଗଲା। ଓଡ଼ିଶାର ପ୍ରଥମ ମହିଳା ତଥା ଭାରତର ପ୍ରଥମ ଆଦିବାସୀ ଭାବେ ସାମ୍ବିଧାନିକ ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ଯୋଗୁଁ କୁଇ ସମାଜ ଗର୍ବିତ ଏବଂ ସେ ଭାରତୀୟ ମାନଙ୍କ ସେବା ପାଇଁ ଉତ୍ସର୍ଗିକୃତ ଥାଆନ୍ତୁ  l ଏହା ହିଁ ଆଲୋଚ୍ୟର ବିଷୟ ଥିଲା।ଏହି ବିଶେଷ ସମ୍ମିଳନୀରେ କୁଇ ସମାଜର ଗୌତମ ପ୍ରଧାନ, ସୁଦର୍ଶନ କହଁର, ସଭାପତି, ରମାକାନ୍ତ ମଲ୍ଲିକ, ଉପସଭାପତି, ଅବନୀ କୁମାର କହଁର, ସମ୍ପାଦକ, ଭାବୀନ୍ଦ୍ର କହଁର, କୋଷାଧ୍ୟକ୍ଷ, ପଞ୍ଚାନନ କହଁର, କାର୍ଯ୍ୟ କାରିଣୀ ସଦସ୍ୟ, ସାଇବାଣି କହଁର,ନାରୀ ସଂଘ ଉପସଭାନେତ୍ରୀ, ଗିତାଞ୍ଚଳୀ କହଁର, ନାରୀ ସଂଘ ସମ୍ପାଦିକା, ବୀରେନ୍ଦ୍ର କହଁର, ପୂର୍ବତନ ବ୍ଳକ ଅଧ୍ୟକ୍ଷ, ଲକ୍ଷ୍ମଣ ଝାଙ୍କର, ରସାନନ୍ଦ କହଁର, ଚନ୍ଦ୍ରମଣି କହଁର ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Nalco
Leave A Reply