Odisha news

କନ୍ଧମାଳ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଚିକିତ୍ସା ଶିବିର

0
 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦/୭୦ ଜଣ ଅକ୍ଷମ ( ଭିନ୍ନକ୍ଷମ ) ପିଲା ଓ ରୋଗୀ ଜିଲ୍ଲା ଭିନ୍ନକ୍ଷମ ଥାଇଥାନ କେଦ୍ର ରେ ପହଞ୍ଚି ଗତ ଦୁଇ ଦିନ ଧରି ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଥାଇଥାନ କେଦ୍ର ର ଦାୟିତ୍ବ ରେ ଥିବା କର୍ମକର୍ତ୍ତା ଚିକିତ୍ସାସେବା ଯୋଗାଇ ଦେବା ସହ ।ସେମାନଙ୍କ ,ରହିବା ଓ ଖାଇବା ର ମଧ୍ୟ ସୁ ବ୍ୟବସ୍ଥା କରା ଯାଇଥିବା ରୋଗୀ ମାନଙ୍କ ପରିବାର ମାନେ ପ୍ରକାଶ କରିଛନ୍ତି । ଥଇଥାନ କେଦ୍ର ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ଅଭିଜ୍ଞ ଡାକ୍ତର  ମାନେ ଆସି ରୋଗୀ ମାନଙ୍କ ଚିକିତ୍ସା ସେବା କରାଯାଉଥିବା ଜଣାପଡିଛି ।ଆସନ୍ତା ଆଉ କିଛି ଦିନ ଧରି ଏହି ଭଳି ସେବା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।।
Leave A Reply

Your email address will not be published.