Odisha news

କଣାସ ମୁଖ୍ୟ ବଜାରରେ ୭୨ଘଣ୍ଟିଆ ସଟଡାଉନ୍ ଘୋଷଣା

0

ସମଗ୍ର ପୃଥିବୀରେ କରୋନା ମହାମାରୀ ରୋଗରେ ପ୍ରଭାବିତ ହୋଇ ଲକ୍ଷ ଲକ୍ଷ ଲୋକ ମରୁଥିବା ବେଳେ ଏହାର ପ୍ରତିକାର ପାଇଁ ଏପର୍ଯ୍ୟନ୍ତ କୋୖଣସି ପ୍ରତିଶୋଧକ ବାହାରି ପାରିନଥିବା ବିଶ୍ୱବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଏହାକୁ ରୋକିବାକୁ ହେଲେ କେବେଳ ସତର୍କ ହିଁ ଏକମାତ୍ର ଚାବିକାଠି । ସାମାଜିକ ଦୂରତା ମାସ୍କ ପିନ୍ଧିବା ବାରମ୍ବାର ସାବୁନ ରେ ହାତ ଧୋଇବା ତାହାଲେ ଯାଇ ଏହି ମହାମାରୀ ଆମର କୌଣସି କ୍ଷତି କରିପାରିବ ନାହିଁ। ମାତ୍ର କଣାସ ବ୍ଲକରେ ପ୍ରଶାସନ ର ସ୍ଥାଣୁତା ସାଙ୍ଗକୁ ଲୋକ ମାନଙ୍କର ଅମାନିଆପଣ ଯୋଗୁ ଏଠି ନା ସଟଡାଉନ୍ କୁ ପାଳନ କରାଯାଉଚି ନା ଲକ୍ ଡାଉନ୍ ପାଳନ କରାଯାଉଛି। ଫଳରେ ଏହି କାରଣରୁ କଣାସ ରେ କରୋନା ସଂକ୍ରମିତ ବଢ଼ିବାରେ ଲାଗିଛି।

କଣାସ ବ୍ଲକର ହେଡ କ୍ୱାଟର ବୋଲାଉଥିବା ପଞ୍ଚାୟତ ଦୋକନ୍ଦା ଓ କଣାସ ଏହି କରୋନା ସଂକ୍ରମିତ ରୋଗୀ ବଢିବା ଦେଖି ସାଧାରଣ ଲୋକଙ୍କ କୋକୁଆ ଭୟ ସୃଷ୍ଟି ହେଇଛି। ଏହି କାରଣରୁ ଦୋକନ୍ଦା ଓ କଣାସ ଉଭୟ ପଞ୍ଚାୟତ ର ଗୋଲାବଜାର ,କୃଷ୍ଣ ନଗର, କୁଞ୍ଜେଶ୍ୱରୀ ଛକ ବଜାର, କଦଳୀଦଣ୍ଡା ଇତ୍ୟାଦି ଅଞ୍ଚଳ ମାନଙ୍କରେ ଉଭୟ ପଞ୍ଚାୟତ ସରପଞ୍ଚ ମାନଙ୍କ ଦ୍ୱାରା ୭୨ଘଣ୍ଟିଆ ସଟଡାଉନ୍ ଯାହା ଦ୍ୱାରା କୌଣସି ଜରୁରୀ କାମନଥିଲେ କେହିବି ବ୍ୟକ୍ତି ଘରୁ ବାହାରକୁ ବାହାରି ପାରିବେ ନାହିଁ। ଆଜି କଣାସ ହାଟ ସମସ୍ତ ଅଫିସ ଓ ଦୋକାନ ବଜାର ବନ୍ଦଥିବା ବେଳେ ଔଷଧ ଦୋକାନ ଖୋଲାଥିବାର ଦେଖିବାକୁ ମିଳିଛି।

Leave A Reply