Odisha news

କଣାସରେ ପ୍ରବାସୀଙ୍କ ଭିଡ଼ ୧୦ କରୋନା ରୋଗୀ ଚିହ୍ନଟ

0

କଣାସ ତା-୧୬/୦୫/୨୦୨୦ : ପରିବାରର ଭରଣପୋଷଣ ପାଇଁ ରାଜ୍ୟ ବାହାରକୁ ଯାଇଥିବା ପ୍ରବାସୀମାନେ ଏବେ କରୋନା ଯୋଗୁ କାମ ଧନ୍ଦା ନ ପାଇ ନିଜ ଗ୍ରାମକୁ ଫେରିବାର ଲାଗିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ କରୋନା ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସ୍ଥାନୀୟ ସରପଞ୍ଚ  ସଟ୍ ଡାଉନ ରୁ ଲକଡାଉନ ଘୋଷଣା କରିଛନ୍ତି।

କିନ୍ତୁ କୋଭିଡ଼-୧୯ ନିୟମାନୁସାରେ କୌଣସି ଲୋକ ଘରୁ ବାହାରକୁ ବାହାରିପାରିବେ ନାହିଁ ଓ ଅନେକ କଡା କଡ଼ି ନିୟମ ଥିବାବେଳେ ଏହାକୁ ଲୋକେ ନ ମାନି ଏକତ୍ରିତ ହେବା ସହିତ ଏଣେତେଣେ ବୁଲି ଗପସପ ଦେଖିବାକୁ ମିଳୁଛି। ପ୍ରକାଶ ଥାଉକି ପୁରୀ ଜିଲ୍ଲା କଣାସ ବ୍ଲକରେ ଗତ ଦୁଇଦିନ ତଳେ ସଂକ୍ରମିତ କରୋନା ରୋଗୀ ଚିହ୍ନଟ ହେଲା ପରେ ସମସ୍ତ ସୁରଟ ଫେରନ୍ତା କୁ ଭୁବନେଶ୍ୱର କୁ ଚିକିତ୍ସା ପାଇଁ ନିଆଯାଇଛି। ଗତ ୯ ତାରିଖ ଦିନ ସେମାନଙ୍କର ସ୍ୱାପ୍ ପରୀକ୍ଷା କରାଗଲା ପରେ ସେମାନେ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି ଜଣାପଡିଥିଲା। ବର୍ତ୍ତମାନ ସେମାନଙ୍କ ଅବସ୍ଥା ଭଲଅଛି ବୋଲି ସ୍ୱାସ୍ତ୍ୟ ବିଭାଗ ତରଫରୁ ଜଣାପଡିଛି।

ବଡ ପରିତାପର ବିଷୟ କଣାସ ଅଞ୍ଚଳରେ ଏହି କରୋନା ପାଇଁ ସମସ୍ତ ସଜାଗଥିଲା ବେଳେ କିଛି ଅମାନିଆ ଏହି ନିୟମ କୁ ମାନୁନାହାନ୍ତି। ଆକ୍ରାନ୍ତ ଚିହ୍ନଟ ପରେ କଣାସରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦୋଛିଆଁ ପଞ୍ଚାୟତ ର କିରଣ ବାଳା ସାମନ୍ତରାୟ ପଞ୍ଚାୟତ ର ସମସ୍ତ ଗାଁକୁ ଗତ ୨୪ ଘଣ୍ଟା ପାଇଁ ଅର୍ଥାତ ଶନିବାର ସଟ୍ ଡାଉନ ଘୋଷଣା କରିଥିଲେ।

ସେ ଚିଠି ମାଧ୍ୟମରେ ପୁରୀ ଜିଲ୍ଲାପାଳ, କଣାସ ବିଡ଼ିଓ ,ତହସିଲଦାର ଓ ପୋଲିସ କତ୍ତୃପକ୍ଷ ଙ୍କୁ ଜଣାଇଥିଲେ। କଣାସ ବ୍ଲକର ଦୋଛିଆଁ ପଂଚାୟତର ଆଳିପଡା ଗ୍ରାମର ୭ଜଣ ,ଗଡ଼ଖାରଦ ପଞ୍ଚାୟତ ର ମାଁ ଙ୍କ ଗାଁର ୨ଜଣ, ବାଦୁରାବର ଗ୍ରାମର ଜଣେ କରୋନା ଆକ୍ରାନ୍ତ  ଏପର୍ଯ୍ୟନ୍ତ ସୁଦ୍ଧା ଚିହ୍ନଟ ହୋଇଛନ୍ତି।ଅଦ୍ୟାବଧି ପ୍ରାୟ ଅନେକଙ୍କ ରକ୍ତ ନମୁନା ପରୀକ୍ଷା ହେବାକୁ ପଠାଯାଇଥିବା ବେଳେ ଏପର୍ଯ୍ୟନ୍ତ    କେତେ ଜଣ କୋଭିଡ଼ ଆକ୍ରାନ୍ତ ହୋଇଛନ୍ତି ସ୍ୱାସ୍ତ୍ୟବିଭାଗ ତରଫରୁ ସୂଚନା ମିଳିନାହିଁ।

Leave A Reply