Odisha news

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

0

କଣାସ,୧୬/୦୭/: ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବାଦଲପୁର ଗ୍ରାମର ବାସୁଦେବ ରାଉତରାୟଙ୍କର ଏକମାତ୍ର ପୁତ୍ର ବୈକୁଣ୍ଠ ରାଉତରାୟ (୨୯)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ରବିବାର ସକାଳୁ ପରିବାର ଲୋକଙ୍କ ପାଖକୁ ଟେଲିଫୋନ ଯୋଗ ଖବର ଆସିଲା ପୁଅ ମୃତ୍ୟୁ ବରଣ କରିଛି ।ସେପଟେ ବାପା ବାସୁଦେବ ରାଉତରାୟ କହିଛନ୍ତି ପୁଅ ମୋର ୧୪ବର୍ଷ ହେଲା ବାଙ୍ଗାଲୋରରେ ରହି ଓଲ୍ଡିଂ କାର୍ଯ୍ୟ କରୁଥିଲା । ଟିପର୍ସ ଆଣ୍ଡ ଟ୍ରିଲରସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ପୁଅର ଅଚାନକ ଦେହ ଅସୁସ୍ଥ ହେବାରୁ କମ୍ପାନୀ କତୃପକ୍ଷ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ୧୫/୦୭/୨୦୨୩ରେ ମୃତ୍ୟୁ ଘଟିଥିବା ମୃତକର ପିତା କହିଛନ୍ତି ।  ସେପଟେ ଏକମାତ୍ର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପିତା ବାସୁଦେବ ଏନେଇ କଣାସ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀଙ୍କୁ ପୁଅର ମୃତ ଦେହ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି ।

IEC 2 years
Leave A Reply