Odisha news

ଦୂଷିତ ହେଉଛି ଦୟା ନଦୀ ଲୋକେ ହେଉଛନ୍ତି ହନ୍ତସନ୍ତ

0

କଣାସ  : ଦୟା ନଦୀ ଲୋକମାନଙ୍କ ଜୀବନ ରେଖା ପାଲଟିଥିବା ବେଳେ  ନଦୀ ଜଳ ଏବେ ସମ୍ପୂର୍ଣ ଦୂଷିତ ହୋଇପଡିଛି । ଯାହାକୁ ନେଇ ଜନତା ହେଉଛନ୍ତି ହନ୍ତସନ୍ତ । ସେହିଁ ଦୂଷିତ ଜଳକୁ ବେବାହାର କରି ଲୋକେ ହେଉଛନ୍ତି ରୋଗାକ୍ରାନ୍ତ ।ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକରେ । ପୁରୀ ଜିଲ୍ଲା କଣାସ ବ୍ଲକ୍ ଦେଇ ଚିଲିକାରେ ମିଶିଛି ଦୟା ନଦୀ।ହେଲେ ଏହି ଦୟା ନଦୀ  ଏବେ ସମସ୍ତଙ୍କ ପାଇଁ ନିର୍ଦ୍ଧୟା ସାଜିଛି ।କାରଣ କଟକ ଭୁବନଶ୍ବରର ସହରର ଅଳିଆ ଆବର୍ଜ୍ଜନା ଓ ନାଳ ନର୍ଦ୍ଦମା ପାଣି ଗଙ୍ଗୁଆ ନାଳ ଦେଇ ସିଧା ସଳଖ ଦୟା ନଦୀରେ ମିଶୁଛି ।ଫଳରେ ପାଣି ସମ୍ପୂର୍ଣ ମାତ୍ରାରେ ଦୂଷିତ ହେଇପଡ଼ିଛି, ସେହି ପାଣିକୁ ଲୋକମାନେ ବେବହାର କରି ଚର୍ମ ଓ ପେଟ ରୋଗାରେ ଆକ୍ରାନ୍ତ ହେଉଛନ୍ତି ।ସବୁଠାରୁ ବଡ଼ କଥା ହେଲା ଏବେ ନଦୀ ସାରା କାଲିକତି ଦଳ ଭର୍ତି ହୋଇ ରହିଛି ।ନଦୀରେ ଯାତାୟାତ କରିବା ଅସମ୍ଭବ ହୋଇପଡିଛି ।ନଦୀ ଓ ଚିଲିକା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଯିବିମାନେ ନିଜର ବେୟୁସା ହରାଇ ହତବାନ୍ଧି  ବସିଥିବା ବେଳେ ଅନେକ ମତ୍ସ୍ୟଜିବୀ ଏବେ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଦୟା ନଦୀ ଜଳ ଦୂଷିତ ଓ ନଦୀରେ କଲିକତି ଦଳ ଲୋକମାନଙ୍କ  ସମସ୍ୟାକୁ ଦ୍ଵିଗୁଣିତ କରିଛି ।ଦୟା ନଦୀର ଦୂଷିତ ଜଳ ବିଭିନ୍ନ ପଞ୍ଚାୟତକୁ ବସୁଧା ଯୋଜନା ମଧ୍ୟମରେ ଯୋଗାଇ ଦିଆଯାଉଛି ହେଲେ ସେହି ପାଣି ଫିଲ୍ଟରିଂ ନହୋଇ ସିଧା  ସଳଖ ଯୋଗାଇ ଦିଆଯାଉଛି ଯାହା ଦ୍ଵାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଦୀର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଭିନ୍ନ ସଙ୍ଗଠନ ଓ ସାଧାରଣ ଜନତା ଏହାକୁ ସମାଧାନ କରିବା ପାଇଁ ଦାବୀ କରିଆସୁଛନ୍ତି ।ସେପଟେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ମେଗା ପାନୀୟ ଜଳ ପ୍ରୋଜେକ୍ଟ ଡିସେମ୍ବର ମାସ ସୁଦ୍ଧା ସାରିବା ପାଇଁ ଯୋଜନା ରଖାଯାଇଥିବା ବେଳେ ଦୟା ନଦୀର ଦଳ ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ।ଦୟା ନଦୀର ସୁରକ୍ଷା  ପାଇଁ ସାଧାରଣ ଜନତାଙ୍କ ଦାବୀ ରହିଥିବା ବେଳେ କେବେ ଏହା ସମାଧାନ ହେଉଛି ତାକୁ ହିଁ ଅପେକ୍ଷା ।

IEC 2 years
Leave A Reply