Odisha news

କଣାସ : ପୂର୍ବତନ ଚେୟାରମ୍ୟାନ ଜେଲ ଗଲେ

0

କଣାସ,୨୬/୦୪ : କଣାସ ବ୍ଲକ ତ୍ରିଲୋଚନପୁର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସଙ୍କୁ ପୂର୍ବ ଶତ୍ରୁତା ନେଇ ଭଗବତୀପଡା ଠାରେ ୪ଜଣ ଅଭିଯୁକ୍ତ ଯଥା ପୂର୍ବତନ କଣାସ ବ୍ଲକ ଚେୟାରମ୍ୟାନ ସୁଶୀଲକାନ୍ତ ରାଉତ ଗ୍ରାମ ନୂଆପଡା ଓ ରାହାଣ୍ଡିଆ ଗ୍ରାମର ପବିତ୍ର ମୋହନ ବାରିକ, କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି ଓ ସହନା ଗ୍ରାମର ବଳଭଦ୍ର ଜେନା ପ୍ରମୁଖ ଏକ ସାମସଙ୍ଗ ମୋବାଇଲ ଫୋନ ଯାହାର ଦାମ ୪୦ହଜାର ,ଏକ ସୁନା ବ୍ରେସଲେଟ ଯାହାର ଦାମ ୧ଲକ୍ଷ୍ୟ ୭୦ହଜାର ଓ ନଗଦ ୪୭ହଜାର ଟଙ୍କା ଛଡାଇ ନେଇଥିଲେ। ଏନେଇ ଅଭିଯୋଗକାରୀ ପ୍ରଦୀପ କୁମାର ଦାସ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କେଶ ନଂ୫୧ ତା-୨୦/୫/୨୦୧୯ ରେ କରିଥିଲେ। ଦଫା ୩୪୧,୩୨୩,୨୯୪,୩୭୯,୫୦୬,୩୪ ଆଇପିସି ସହିତ ୨୫ଆର୍ମସ ଆକ୍ଟ କେଶ ହୋଇଥିଲା। କେଶ ହେବାପରେ ମୁଦଲା ମାନେ ଧରାନପଡ଼ି ଫେରାରଥିଲେ। ନିରାକାର ପୁର ଥାନା ଏମାନଙ୍କୁ ଚାର୍ଜସିଟ କରିଥିଲେ। ଭଗବାନ ସୁବୁଦ୍ଧି ଓ ବଳଭଦ୍ର ଜେନା ପୂର୍ବରୁ ସରେଣ୍ଡର କରି ଜେଲ ଯାଇ ଜାମିନରେ ଆସିଥିଲେ। ମାତ୍ର ସୁଶୀଲକାନ୍ତ ରାଉତ ଓ ପବିତ୍ର ମୋହନ ବାରିକ ଫେରାରଥିବାରୁ ଗ୍ରାମ୍ୟ ନ୍ୟାୟାଳୟ ତଥା ଯେ.ଏମ.ଏଫ.ସି ଟାଙ୍ଗି ଏମାନଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରୀକରି କଣାସ ଥାନାକୁ ଏମାନଙ୍କୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖବରପାଇ କଣାସ ଆଇଆଇସି ସୁଜିତ କୁମାର ଦାସ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ୱାରେଣ୍ଟ ଥିବା ସୁଶୀଲ କୁମାର ରାଉତ ଓ ପବିତ୍ର ବାରିକଙ୍କ ଘରେ ଅତର୍କିତଭାବେ ଧରିବାରେ ମୁଦଲା ମାନେ ଭୟବିତ ହୋଇ ଉପରୋକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲେ ମଧ୍ୟ କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରି ଜେଲ ପଠାଇଦେଇଛନ୍ତି। ପ୍ରକାଶ ଥାଉକି ସୁଶୀଲକାନ୍ତ ରାଉତଙ୍କ ସ୍ତ୍ରୀ ପ୍ରଭାତୀ ରାଉତ ବର୍ତ୍ତମାନ କଣାସ ବ୍ଲକର ଅଧକ୍ଷା ଭାବରେ କାର୍ଯ୍ୟରତ ରହିଛନ୍ତି।

Leave A Reply