କଣାସ୧୧/୦୪/ :ସୁସ୍ଥ ନିରାମୟ ଜୀବନ ଯାପନ ପାଇଁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକେଏସଏସ(ସଂସଦ)ଦ୍ଵାରା ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଭୁବନେଶ୍ଵର ସ୍ଥିତ ଟ୍ରିନିଟ ହସ୍ପିଟାଲ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।ଏହି ସ୍ବାସ୍ଥ୍ୟ ଶିବିରରେ ହୃଦ୍ ରୋଗ,ସ୍ତ୍ରୀରୋଗ,ଅସ୍ଥିଶଲ୍ୟ,ଶିଶୁ ରୋଗ,ମଧୁମେହ ଆଦି ରୋଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା ।ଏହି ସ୍ବାସ୍ଥ୍ୟ ସେବା ଶିବିରକୁ ଅନୁଷ୍ଠାନର ସମ୍ପାଦକ ସୁବର୍ଣ୍ଣ କେଶରୀ ବଳିଆରସିଂହ ଉଦଘାଟନ କରିଥିଲେ ।ଏହି ଶିବିରରେ ମୋଟ ୧୧୭ଜଣ ରୋଗୀଙ୍କୁ ଚିକିତ୍ସା କରାଯିବା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା ।ଗୁରୁତର ଅବସ୍ଥାରେ ଥିବା ୨୦ଜଣ ରୋଗୀଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵର ଟ୍ରିନିଟ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା ।ଏହି ଶିବିରରେ ଡାକ୍ତର ଜିଏସ ଦାସ,ଡ଼ାଃ ରାକେଶ ମେଲେଟ୍,ଡ଼ାଃ ଜୟନ୍ତୀ ମହାରଣା ସମେତ ଅନ୍ୟାନ୍ୟ ଓ ଫାର୍ମାସିଷ୍ଟ ଯୋଗଦାନ କରିଥିଲେ ।ଏହି ସ୍ବାସ୍ଥ୍ୟ ସେବା ଶିବିରକୁ ଅନୁଷ୍ଠାନର ରଜନୀ କାନ୍ତ ପାଢ଼ୀ ଓ ଇସମାଇଲ ଅଲ୍ଲୀ ପରିଚାଳନା କରିଥିଲେ ।ଅନ୍ୟମାନକ ମଧ୍ୟରେ କୃପାସିନ୍ଧୁ ପାଇକରାୟ,ପବିତ୍ର ସୁନ୍ଦରାୟ,ଗୌରୀ ଦାସ,ସୁଜାତା ବହୁବଳେନ୍ଦ୍ର,ପ୍ରେମାନନ୍ଦ ଜାଲି,ସଂଯୁକ୍ତା ପ୍ରଧାନ,ରଜନୀ ରାଣୀ ମାର୍ଥା,ରାଧେଶ୍ୟାମ ବିଶ୍ଵାଳ,ପ୍ରଦୀପ ବେହେରା,ନିରଞ୍ଜନ ପଶ୍ଚିମକବାଟ ଓ ଶ୍ଵାସତ କେଶରୀ ବଳିଆରସିଂହ ପ୍ରମୁଖ ପରିଚାଳନା କରିଥିଲେ ।