Odisha news

ପୁରୀ ଜଳସେଚନ ବିଭାଗ ରାସ୍ତା କାମ ନିମ୍ନମାନର ଓ ଅଧାପନ୍ତରିଆ

0

କଣାସ୧୦/୦୩/ ସବ୍ୟୁ: ସାଧାରଣ ଲୋକମାନଙ୍କ ଗମାନା ଗମନ ଓ ପରିବହନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପକ୍କା ରାସ୍ଥା ନିର୍ମାଣ କରୁଛନ୍ତି ।ହେଲେ କେତକ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ମିଲିଭଗତରେ ରାସ୍ତା କାର୍ଯ୍ୟ ନିମ୍ନମାନର ଓ ଅଧାପନ୍ତରିଆ କରି  ବିଲ ହାତେଇ ନେଉଛନ୍ତି ।ଖବର ନେବାରେ ଜଣାପଡିଛି କଣାସ ବ୍ଲକ ବିନ୍ଧଣ ପଞ୍ଚାୟତ ଦାମୋଦରପୁର ବାଲିଘାଇ ବ୍ରିଜ ଠାରୁ ଗୋଲରା ଗ୍ରାମ ଶେଷ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପୁରୀ ଜଳସେଚନ ବିଭାଗ  ପକ୍ଷରୁ  ଟେଣ୍ଡର କରାଯାଇଥିଲା ।ଉକ୍ତ ରାସ୍ତାକୁ ଜଣେ ଠିକାଦାର  କରିଥିଲେ ଯେଉଁଭଳି ଭାବେ କାମ ହବାକଥା ତାହା ହେଲାନାହିଁ କି କାର୍ଯ୍ୟର ଫଳକ ମଧ୍ୟ ନଥିବା ଦେଖିବାକୁ ମିଳିଥିଲା । ସମୁଦାୟ ରାସ୍ତା କଂକ୍ରିଟ ହେବା କଥା ତାହା ନକରି ଅଧା ରାସ୍ଥା କଂକ୍ରିଟ କରି ଠିକାଦାର ଫେରାର ହୋଇଗଲେ ।ସବୁଠାରୁ ବିଡ଼ମ୍ବନାର ବିଷୟ ଯେତିକି ରାସ୍ତା କଂକ୍ରିଟ ହୋଇଛି ତାହାର ଉଭୟ ପାର୍ଶ୍ଵ ବାଲି,ମାଟି ଓ ମୋରମ ପ୍ୟାକିଙ୍ଗ ଦିଆଯିବା କଥା ହେଲେ କାମ ସରିବାର ଦୀର୍ଘ ଦିନ ପରେବି ଉଭୟ ପାର୍ଶ୍ଵ ମୁକୁଳା ପଡିଛି ।

ଅଧା ରାସ୍ତା କଂକ୍ରିଟ ହୋଇଥିବା ବେଳେ ଆଉ ଅଧା ରାସ୍ତା ମରଣ ଯନ୍ତା ପାଲଟିଛି ।ରାସ୍ତାରେ  ଗାଡ଼ି ଘୋଡ଼ା ଯିବା ଦୂରର କଥା ଚାଲିଲି ଯିବା ସମ୍ଭବ ହେଉନାହିଁ ।  ଏହି ରାସ୍ଥା ଦେଇ  ଖଣ୍ଡହତା,ହର୍ଷପଡା,ମାଳିସାହି,ଦାମୋଦରପୁର ଓ ଗୋରରା ଗ୍ରାମର ଲୋକମାନେ ପ୍ରେତ୍ୟକ ଦିନ ମେଡ଼ିକାଲ ଠାରୁ ଆରମ୍ଭ କରି ବଜାରଘାଟ ଓ କଣାସ ,ପୁରୀ ଆଦିକୁ ସାଧାରଣ ଲୋକମନେ ଯାତାୟତ କରୁଥିବାବେଳେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ନିୟମିତ ଯିବା ଆସିବା କରନ୍ତି ହେଲେ ରାସ୍ଥା କାର୍ଯ୍ୟ ଅଧାପନ୍ତରିଆ , ନିମ୍ନମାନର ଓ  ଉଭୟ ପାର୍ଶ୍ଵ ପ୍ୟାକିଙ୍ଗ  ହୋଇନଥିବାରୁ ଏବଂ ଗୋଟିଏ ପାର୍ଶ୍ଵରେ କେନାଲ ଓ ପୋଖରୀ ଥିବାରୁ ଓ ଗୋଟିଏ ଗାଡି ଗଲେ ଅନ୍ୟଗାଡି ପାସ କରିପାରୁନାହିଁ ଯାହା ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ଦୃଘଟଣା ଘଟୁଛି ।ଏନେଇ ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା  ଗ୍ରାମବାସୀ ଗୁରୁତର ଅଭିଯୋଗ ହୋଇଛି । ଏଥିପ୍ରତି ପୁରୀ ଜିଲ୍ଲାପାଳ,ଜଳସେଚନ ବିଭାଗୀୟ ସଚିବ ଓ ୫-ଟି ସଚିବ ଦୃଷ୍ଟି ଦେବାପାଇଁ ସାଧାରଣରେ

Nalco
Leave A Reply